ବଜ୍ରାଘାତରେ ମାଆପୁଅଙ୍କ ମୃତ୍ୟୁ

ଆଜି ଦିନସାରା ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଗରମ ସତ୍ତ୍ୱେ ଚାଷ ଜମିକୁ ମୁଗ ଉପାଡ଼ିବାକୁ ଯାଇଥିଲେ ଡେରାବିଶ ବ୍ଲକ ଜହ୍ନିମୂଳ ଗାଁର ଶଶିରେଖା ବାରିକ ଓ ତାଙ୍କ ପୁଅ ରବୀନ୍ଦ୍ର।

Representative image

  • Published: Saturday, 27 April 2024
  • , Updated: 27 April 2024, 08:37 PM IST

ବଜ୍ରାଘାତରେ ମାଆପୁଅଙ୍କ ମୃତ୍ୟୁ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍‌ ଜହ୍ନିମୂଳ ଗାଁରେ ଘଟିଛି। ବିଲରେ ମୁଗ ଉପାଡୁ ଥିବାବେଳେ ବଜ୍ରାଘାତରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ଆଜି ଦିନସାରା ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଗରମ ସତ୍ତ୍ୱେ ଚାଷ ଜମିକୁ ମୁଗ ଉପାଡ଼ିବାକୁ ଯାଇଥିଲେ ଡେରାବିଶ ବ୍ଲକ ଜହ୍ନିମୂଳ ଗାଁର ଶଶିରେଖା ବାରିକ ଓ ତାଙ୍କ ପୁଅ ରବୀନ୍ଦ୍ର। ମୁଗ ଉପାଡୁଥିବା ବେଳେ ଅପରାହ୍ନ ପ୍ରାୟ ୫ଟାରେ ହଠାତ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ବର୍ଷିବା ସହିତ ପ୍ରବଳ ଘଡ଼ଘଡ଼ି ମାରିଥିଲା। ଆଉ ସେହି ବଜ୍ରପାତରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା।

ରିପୋର୍ଟ- କେନ୍ଦ୍ରାପଡ଼ାରୁ ମନୋଜ ସ୍ୱାଇଁ

Related story