Advertisment

ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଗତକାଲି ଷଣ୍ଢଟି ଏକାଧିକ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Bull

Bull

Advertisment

ପାଗଳ ଷଣ୍ଢ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଏପରି ଘଟଣା ଘଟିଛି କଟକ ଜିଲ୍ଲା ବିଡାନାସୀ ଭୁଆସୁଣୀ ପଠାରେ। ମୃତ ବୃଦ୍ଧଙ୍କ ଘର ବିଡ଼ାନାସୀ ଅଞ୍ଚଳରେ ବୋଲି ଜଣାଯାଇଛି।

Advertisment

ଆଜି ସକାଳେ ବୃଦ୍ଧ ଜଣଙ୍କ ଭୁଆସୁଣୀ ନଦୀ ପଠାକୁ ଯାଇଥିଲେ। ଏହି ସମୟରେ ସେ ପାଗଳ ଷଣ୍ଢ ହାବୁଡ଼ରେ ପଡ଼ିଯାଇଥିଲେ। ଷଣ୍ଢଟି ତାଙ୍କୁ ଆକ୍ରମଣ କରିଥିଲା। ବୃଦ୍ଧ ଜଣକ ତଳେ ପଡିଯାଇଥିଲେ। ପରେ ଷଣ୍ଢଟି ନିଜ ଶିଙ୍ଗରେ ବାରମ୍ବାର ବାରମ୍ବାର ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା। ବିଡାନାସୀ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସିସିବକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗତକାଲି ଷଣ୍ଢଟି ଏକାଧିକ ଲୋକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe