Advertisment

ସିରିଜ ଦୁର୍ଘଟଣା: ପଛକୁ ପଛ ପିଟି ହେଲା ୩ଟି ଗାଡ଼ି

ତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Accident

Accident

ଭଦ୍ରକ ଜିଲ୍ଲା ବିଷ୍ଣୁପୁର ନିକଟରେ ଆଜି ସକାଳେ ସିରିଜ ଦୁର୍ଘଟଣା ଘଟିଛି। ପଛକୁ ପଛ ପିଟି ହେଲା ୩ଟି ଗାଡି। ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟ ହୋଇଛି। ମୃତ ବ୍ୟକ୍ତଙ୍କର ପରିଚୟ ମିଳିନାହିଁ।

Advertisment

ଆଜି ସକାଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ତେଲ ବୋଝେଇ ଟ୍ୟାଙ୍କର ପ୍ରଥମେ ଏକ ଟ୍ରଲରକୁ ଧକ୍କା ଦେଇଥିଲା। ପରେ ଟ୍ରଲରଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କାରକୁ ଧକ୍କା ଦେବା ସହ ରାଜପଥ ପାର୍ଶ୍ୱରେ ଥିବା ଏକ ଇଟା ଫ୍ୟାକ୍ଟ୍ରି ଭିତରେ ପଶି ଯାଇ ବାଇକ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା।

ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ଓ ଏହା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Advertisment
Bhadrak