ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ସାହାପୁର ବ୍ରିଜରେ ସଡ଼କ ଦୁର୍ଘଟଣା ଘଟିଛି। ଦୁଇ ଟ୍ରକ୍ ମୁହାଁମୁହିଁଁ ଧକ୍କା ହେବା ଫଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଚାଳକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଏକ ଟ୍ରକ୍ କଟକରୁ ଭଦ୍ରକ ଅଭିମୁଖେ ଯାଉଥିଲା। ସେହି ସମୟରେ ଅନ୍ୟ ଟ୍ରକଟି ମାର୍ବଲ ବୋଝେଇ କରି ବାଲେଶ୍ଵରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା।ସାହାପୁର ବ୍ରିଜ ନିକଟରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା।
Also Read
ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ଆହତଙ୍କୁ ଉଦ୍ଧାର କରି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ବ୍ରିଜ ଉପରେ ଗାଡ଼ିଚଳାଚଳ ବନ୍ଦ ରହିଛି। ପାଣିକୋଇଲି ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ବିଧାୟକଙ୍କ କାର ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା, ପିଅନଙ୍କ ମୃତ୍ୟୁ
ବିଧାୟକ ପରିବାର ସହିତ ପୁରୀରୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା।

National
ଭୁଶୁଡ଼ିଲା ବ୍ରିଜ୍, ନଦୀରେ ଖସି ପଡ଼ିଲା ୫ ଗାଡ଼ି; ୧୧ ମୃତ, ୯ ଉଦ୍ଧାର
୧୯୮୧ରେ ଏହି ବ୍ରିଜ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ୧୯୮୫ରେ ଏହାକୁ ଲୋକଙ୍କ ପାଇଁ ଖୋଲା ଯାଇଥିଲା।

Accident
ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ: ୨ ଶିକ୍ଷାର୍ଥୀ ମୃତ, ଏକାଧିକ ଆହତ
ଡ୍ରାଇଭର ଜଣଙ୍କ ଗାଡ଼ିକୁ ରେଳ ଧାରଣା ପାର କରାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତଗାମୀ ଟ୍ରେନ ସ୍କୁଲ ଭ୍ୟାନକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇ ଯାଇଥିଲା।

Accident
ନିର୍ମାଣାଧୀନ କୁକୁଡ଼ା ଫାର୍ମର କାନ୍ଥ ଭୁଶୁଡ଼ି ୨ ମହିଳା ମୃତ
ରୂପେ ଓ ବଳମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଡାକ୍ତରଖାନାକୁ ପଠାଇଛି।