ଘରୁ ଗଞ୍ଜାମ ଅଭିମୁଖେ ଯାଉଥିଲେ। ହେଲେ ମଝି ରାସ୍ତାରେ ପିଟିଦେଲା ଟ୍ରକ୍। ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମେଡ଼ିକାଲ୍ରେ ଜୀବନ ସହ ସଂଘର୍ଷ କରୁଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଜପତି ଜିଲ୍ଲାରେ ଘଟିଛି।
Also Read
ରାମଗିରି ଥାନା ପଣସଡ଼ିହ ଗାଁର ପରମାନନ୍ଦ ରାଇତ ଓ ଭାସ୍କର ଦଳାଇ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାଉଥିଲେ। ତେବେ କମଳାପୁର ନିକଟରେ ସମ୍ମୁଖରୁ ଆସିଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଉଭୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉଭୟଙ୍କୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଥିଲା।
ସେଠାରେ ପରମାନନ୍ଦଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେବେ ଭାସ୍କରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ବାଇକ୍ ଓ ଟ୍ରକ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ରିପୋର୍ଟ- ମୋହନାରୁ ମିହିର ଜତି
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ESI ହସ୍ପିଟାଲ ଯାଉଥିଲେ କର୍ମଚାରୀ, ଚଢ଼ିଗଲା ଟ୍ରକ୍
ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଜିରୋ ପଏଣ୍ଟ ନିକଟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଲି ବୋଝେଇ ଟ୍ରକ୍ ତାଙ୍କ ବାଇକ୍ ଉପରେ ଚଢ଼ି ଯାଇଥିଲା। ଫଳରେ ଟ୍ରକ୍ ଚାପା ତଳେ ପ୍ରଭାତଙ୍କ ଦୁଇ ଗୋଡ଼ ଚାପି ହୋଇ ଯାଇଥିଲା।
Accident
ଟ୍ରେନ ଧକ୍କାରେ କଟିଗଲା ଯୁବକଙ୍କ ଗୋଡ଼
ବିବେକ ନିଜର ଜଣେ ସାଙ୍ଗଙ୍କ ସହ ଅନଗୁଳ -ସୁକିନ୍ଦା ରେଳପଥ ପାର ହୋଇ ଶୌଚ ନିମନ୍ତେ ଅପର ପାର୍ଶ୍ଵକୁ ପାର ହେଉଥିଲେ । ଏହି ସମୟରେ ଏକ ମାଲବାହୀ ଟ୍ରେନ ଆସୁଥିବା ବେଳେ ତାହା ବିବେକଙ୍କୁ ଧକ୍କା ଦେଇଥିଲା ।
Accident
ସିମେଣ୍ଟ ବୋଝେଇ ଟ୍ରକ୍ ତଳେ ଚାପି ହୋଇଗଲେ ୧୨ ଶ୍ରମିକ
ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଗାଁରୁ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ସାରୁବିଲ ଓ ଅସନବଣି ଗ୍ରାମକୁ ଯାଉଥିଲା। ସିମେଣ୍ଟ ବୋଝେଇ ଟ୍ରକ୍ ଉପରେ ୧୧ ଜଣ ଶ୍ରମିକ ବସିଥିଲେ। ତେବେ ଯୋଡିବିଲ ଗାଁ ବୁଲାଣିରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା।
Accident
ଚଳନ୍ତା ଟ୍ରେନରୁ ଖସି ପଡିଲେ ଯୁବକ
ଚଳନ୍ତା ଟ୍ରେନରୁ ଖସି ପଡିଲେ ଯୁବକ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
Accident
ଭୟଙ୍କର ଦୁର୍ଘଟଣା; ଟ୍ରକ-ବସ୍ ମୁହାମୁହିଁ ଧକ୍କା; ୨୦ରୁ ଅଧିକ ଯାତ୍ରୀ ଗୁରୁତର
ବସ୍ ତଳେ ଅନେକ ଯାତ୍ରୀ ଫସି ରହିଥିବା ଆଶଙ୍କା କରାଯାଉଛି।