Advertisment

ଦୁର୍ଘଟଣା ହେଲା ଅଟୋ, ଥିଲେ ୮ ଯାତ୍ରୀ

ଯିବା ବେଳେ ହଠାତ ଅନଙ୍ଗପୁର ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାର ତଳକୁ ଖସିପଡ଼ିଥିଲା।

ଅଦ୍ୟତନ ହୋଇଛି
ATO

ATO

Advertisment

ଅଟୋ ଦୁର୍ଘଟଣାରେ ଆଠ ଜଣ ଯାତ୍ରୀ ଗୁରୁତର ଆହାତ ହୋଇଛନ୍ତି। ଘଟଣାଟି ହେଉଛି ଗଞ୍ଜାମଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନଙ୍ଗପୁର ରାସ୍ତା ରେ। ଆହାତ ମାନଙ୍କୁ ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରାଯାଇଛି।

Advertisment

ଆଜି ଅପରାହ୍ନ ସମୟରେ ଗୋଟିଏ ଯାତ୍ରୀ ବାହୀ ଅଟୋ ସାତରୁ ଆଠ ଜଣ ଯାତ୍ରୀକୁ ନେଇ ବ୍ରହ୍ମପୁର ରୁ ଦିଗପହଣ୍ଡି ଅଭିମୁଖେ ଯାଉଥିଲା। ରାସ୍ତାରେ ଯିବା ବେଳେ ହଠାତ ଅନଙ୍ଗପୁର ନିକଟରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାର ତଳକୁ ଖସିପଡ଼ିଥିଲା। ରାସ୍ତାର ତଳେ ଥିବା ଗୋଟିଏ ଗଛରେ ଅଟୋଟି ପିଟି ହୋଇଥିଲା। ଫଳରେ ଅଟୋଟି ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିଲା ଓ ଗାଡିରେ ବସିଥିବା ଯାତ୍ରୀମାନେ ବାହାରକୁ ଛିଟିକି ପଡ଼ିଥିଲେ।

ରାସ୍ତା କଡ଼ରେ ପଡ଼ି ଛଟପଟ ହେଉଥିଲେ ଯ୍ରାତ୍ରୀମାନେ। ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସଙ୍କୁ ଖବର ଦେଇଥିଲେ। ତେବେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହାତ ମାନଙ୍କୁ ଦିଗପହଣ୍ଡି ମେଡିକାଲକୁ ନେଇଥିଲେ। ସେଠାରେ ସେମାନଙ୍କର ଚିକିତ୍ସା ଚାଲିଚି। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟବସ୍ତା ସ୍ଥିର ଥିବା ଜଣା ପଡ଼ିଛି।

Advertisment
Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe