Advertisment

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବହୁତ ଖୋଜିବା କରିବା ପରେ ଜ୍ଞାନକୁ କେନାଲ ରେ ପଡ଼ିଥିବାର ଦେଖିଥିଲେ

author-image
Biswajit Samal
ଅଦ୍ୟତନ ହୋଇଛି
 Deadbody

Deadbody

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଢେକାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାଆନ୍ତାରାପୁର ଗାଁର ରେଙ୍ଗାଳି ବାମ କେନାଲରେ। ମୃତକଙ୍କ ନାଁ ହେଲା ଜ୍ଞାନ କୁମାର ଦାସ। ତାଙ୍କ ଘର ସାଆନ୍ତାରାପୁରରେ ବୋଲି ଜଣାପଡ଼ଇଛି।

Advertisment

ଜ୍ଞାନ କୁମାର ଦାସ ପେଷା ରେ ଜଣେ ବସ ଡ୍ରାଇଭର। ସୋମବାର (ଗତକାଲି) ନିଜର ଡିୟୁଟି ସାରି ଜିରାଳ ରୁ ନିଜ ଘର ଫେରୁଥିବା ବେଳେ ରେଙ୍ଗାଳି ବାମ କେନାଲ ରେ କୌଣସି କାରଣ ରୁ ଖସି ପଡ଼ିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସେ ଘରକୁ ନଆସିବାରୁ ଘର ଲୋକ ଖୋଜାଖୋଜି ଆରମ୍ଭ କରିଥିଲେ। ବହୁତ ଖୋଜିବା କରିବା ପରେ ଜ୍ଞାନକୁ କେନାଲ ରେ ପଡ଼ିଥିବାର ଦେଖିଥିଲେ। ଏନେଇ ପରିବାର ଲୋକଙ୍କ ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ ତାଙ୍କୁ କେନାଲରୁ ଉଦ୍ଧାର କରିଥିଲେ। ସଙ୍ଗେ ସଙ୍ଗେ ପ୍ରଥମେ ଜିରାଳ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଜ୍ଞାନଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକ ଅଂଶୁଘାତ ରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଅଧିକ ଗରମ ଯୋଗୁ ଜ୍ଞାନ ଚେତାଶୂନ୍ୟ ହୋଇ କେନାଲ ରେ ପଡ଼ି ଯାଇଥିବା ଅନୁମାନ କରୁଛନ୍ତି ପରିବାର ଲୋକେ। ତେବେ ପ୍ରକୃତ ସତ୍ୟ କ’ଣ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Advertisment
Deadbody