Bus
Advertisment
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ଏମଭି ୭ ଗାଁ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଘଟିଛି ଏହି ଦୁର୍ଘଟଣା।
Advertisment
ବସଟି ମାଲକାନଗିରିରୁ କାଲିମେଳା ଯାଉଥିବା ବେଳେ ବାଇକ୍ଟି ବିପରୀତ ଦିଗରୁ ଆସୁଥିଲା। ବାଇକରେ ୩ ଜଣ ବସିଥିଲା। ବସ୍ ସହିତ ପିଟି ହେବା ପରେ ବାଇକ୍ରେ ବସିଥିବା ୩ ଜଣ ଯାକ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା।
ପୁଲିସ ମୃତଦେହଗୁଡ଼ିକୁ ସଦର ମହକୁମା ଚିକିତ୍ସାଳୟକୁ ପଠାଇଛି। ଖବର ଲେଖାଯିବା ସୁଦ୍ଧା ୩ ମୃତକଙ୍କର ପରିଚୟ ମିଳିପାରିନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Bus__1733578984.jpg)