ବଜ୍ରପାତରେ ଆଜି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗାଁରେ ଘଟିଛି ଏହି ଘଟଣା।
ମୃତକମାନେ ହେଲେ ଗାଁ ଶାନ୍ତି ଲିମଗଛିଆ, ରୂପେ ନିମଗଛିଆ ଓ ଲତା ନିମଗଛିଆ। ସେମାନେ ସମସ୍ତେ ଗୋଟିଏ ପରିବାରର। ଅପରାହ୍ନରେ ଏହି ତିନି ଜଣ କାମ ସାରି ବିଲରୁ ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା।
ପର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ଼ ପୁଲିସ ପହଞ୍ଚିଥିଲା। ପୁଲିସ ଶବଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ଡାକ୍ତରଖାନା ପଠାଇଛି।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ଦୁଇ ବାଇକ୍ ମୁହାମୁହିଁ ଧକ୍କା, ବାପାପୁଅ ସମେତ ୩ ମୃତ
ଘଟଣାସ୍ଥଳରେ ହିଁ ସୁନୀଲ ଓ ରାଜେଶଙ୍କର ମୃତ୍ୟୁ ଘଟିଥିଲା। ସୁନୀଲଙ୍କ ବାପା ଦଉ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Accident
ବିଧାୟକଙ୍କ କାର ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା, ପିଅନଙ୍କ ମୃତ୍ୟୁ
ବିଧାୟକ ପରିବାର ସହିତ ପୁରୀରୁ ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା।

National
ଭୁଶୁଡ଼ିଲା ବ୍ରିଜ୍, ନଦୀରେ ଖସି ପଡ଼ିଲା ୫ ଗାଡ଼ି; ୧୧ ମୃତ, ୯ ଉଦ୍ଧାର
୧୯୮୧ରେ ଏହି ବ୍ରିଜ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ଓ ୧୯୮୫ରେ ଏହାକୁ ଲୋକଙ୍କ ପାଇଁ ଖୋଲା ଯାଇଥିଲା।

Accident
ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ: ୨ ଶିକ୍ଷାର୍ଥୀ ମୃତ, ଏକାଧିକ ଆହତ
ଡ୍ରାଇଭର ଜଣଙ୍କ ଗାଡ଼ିକୁ ରେଳ ଧାରଣା ପାର କରାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତଗାମୀ ଟ୍ରେନ ସ୍କୁଲ ଭ୍ୟାନକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇ ଯାଇଥିଲା।