ସମ୍ବଲପୁର ଚିଡିଆଖାନାରେ କଲରାପତରିଆ ବାଘୁଣୀ ’ରାଣୀ’ର ମୃତ୍ୟୁ ଘଟିଛି।। ଗର୍ଭାଶୟ ସଂକ୍ରମଣରେ ତାର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ୍ୟୁ ବେଳକୁ ରାଣୀକୁ ୭ ବର୍ଷ ହୋଇଥିଲା।
ଗତକାଲି ସନ୍ଧ୍ୟାରେ ରାଣୀକୁ ବାନ୍ତି ହୋଇଥିଲା। ପରେ ଡାକ୍ତର ତାର ଚିକିତ୍ସା କରିଥିଲେ। ରାଣୀର ଗର୍ଭାଶୟରେ ସଂକ୍ରମଣ ହୋଇଥିବା ଜଣାଯାଇଥିଲା। ପରେ ରାଣୀର ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ରାତି ୯ଟା ୧୩ ମିନିଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀର ମୃତ୍ୟୁ ହୋଇଥିଲା।
Also Read
ଚିକିତ୍ସାଧୀନ ଅବସ୍ଥାରେ ରାଣୀ ରକ୍ତବାନ୍ତି କରିଥିବା ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫ୍ଓ ସୂଚନା ଦେଇଛନ୍ତି। ଗତ ନଭେମ୍ବର ୯ ତାରିଖରେ ମଣିଷଖିଆ ବାଘ ରାଜା ଓ ବାଘୁଣୀ ରାଣୀ ମଧ୍ୟରେ ସମ୍ବଲପୁର ଚିଡିଆଖାନାରେ ପ୍ରଥମ ମିଳନ ହୋଇଥିଲା। ଗତ ସେପ୍ଟେମ୍ବର ୯ରେ ଉଭୟଙ୍କୁ କମନ୍ ଏନକ୍ଲୋଜରରେ ଅଲଗା ଅଲଗା କରି ରଖାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
![Train Train](https://assets.odishareporter.in/uploadimage/library/16_9/16_9_3/Train_1737555529.jpg)
Accident
ନିଆଁ ଗୁଜବ ପରେ ଗୋଟିଏ ଟ୍ରେନରୁ ଡେଇଁଲେ, ଆଉ ଗୋଟିଏ ଟ୍ରେନ ନେଇ ଗଲା ୧୧ ଜୀବନ
ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍କମ ଏକ୍ସପ୍ରେସର କିଛି ଲୋକ ଟ୍ରେନରେ ନିଆଁ ଲାଗି ଯାଇଥିବା ଆଶଙ୍କା କରି ଟ୍ରାକୁ ଡେଇଁ ପଡ଼ିଥିଲେ
![Accident Accident](https://assets.odishareporter.in/uploadimage/library/16_9/16_9_3/Accident_1736830862.jpg)
Accident
ବୁଡ଼ ପକାଇବାକୁ ଯିବା ବେଳେ ଓଲଟିଲା ଡାଲା ଅଟୋ; ୧୩ ଆହତ
ଆଜି ସକାଳେ ଡେଙ୍ଗାଡି ଗାଁର ୧୫ ଜଣ ଏକ ଡାଲା ଅଟୋରେ ବୁଡ଼ ପକାଇବା ପାଇଁ ଆସିକା ଦୋ ମୁହାଣୀକୁ ଯାଉଥିଲେ।