ମଧ୍ୟପ୍ରଦେଶରେ ବିମାନ ଦୁର୍ଘଟଣା। ଏକ ଟ୍ରେନର୍ ବିମାନ ଗୁନା ଏୟାରଷ୍ଟ୍ରିପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ମଝି ଆକାଶରେ ବିମାନର ଇଞ୍ଜିନ ଫେଲେ ହୋଇଯିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ଏକ ଘରୋଇ ବିମାନ ଏକାଡେମିର ଟ୍ରେନର ବିମାନ ସିସନା152। ଆଜି ମଧ୍ୟାହ୍ନ 1ଟା 30 ସମୟୟରେ ଦୁର୍ଘଟଣା ଘଟିଥିଲା।
Also Read
ସୌଭାଗ୍ୟବଶତଃ ଦୁଇ ଜଣ ପାଇଲଟଙ୍କ ଜୀବନ ରକ୍ଷା ପାଇଯାଇଛି। ସେମାନେ ସୁରକ୍ଷିତ ଭାବେ ବାହାରକୁ ଚାଲି ଆସିଥିବା କହିଛନ୍ତି ଗୁନା ଥାନା ଆଇଆଇସି ଦିଲ୍ଲୀପ ରଜୋରିଆ। ଦୁଇ ପାଇଲଟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିମାନର ପରୀକ୍ଷା ନୀରିକ୍ଷା ପାଇଁ କିଛି ଦିନ ପୂର୍ବେ ଗୁନା ଏୟାରଷ୍ଟ୍ରିପକୁ ଆସିଥିବା ଅଧିକାରୀମାନେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଖାଲି ହୋଇଗଲା ବାପାମା’ଙ୍କ କୋଳ; ବୁଡ଼ିଗଲେ ଭାଇଭଉଣୀ
ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ମାଙ୍କଡ଼; ୭ ଆହତ
ବନ ବିଭାଗ ସହ ନନ୍ଦନକାନନର ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚି ପାଗଳ ମାଙ୍କଡଙ୍କୁ ଟ୍ରାଙ୍କୁଲାଇଜ କରିଛନ୍ତି।
Accident
ଓଡ଼ିଶାରେ ବଢ଼ି ଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ
ଦେଶରେ ବଢ଼ି ଚାଲିଛି ଅନିଚ୍ଛାକୃତ ଆଘାତ ମୃତ୍ୟୁ। ଏଭଳି ମୃତ୍ୟୁରେ ଓଡ଼ିଶା ଦେଶରେ ଅଷ୍ଟମ ସ୍ଥାନରେ ରହିଛି।