ବାଲେଶ୍ୱର ଜିଲ୍ଲା ସୋର ଥାନା ବିଦୁ ନିକଟରେ ଆଜି ଏକ ଟ୍ରାଭେଲରକୁ ଡମ୍ପର ଧକ୍କା ଦେଇଛି। ଏଥିରେ ଟ୍ରାଭେଲରର ଡ୍ରାଇଭରଙ୍କ ସମେତ ମୋଟ ୧୬ ଜଣ ଆହତ ହୋଇଛନ୍ତି।
ଡ୍ରାଇଭରଙ୍କୁ ଛାଡ଼ି ଅନ୍ୟ ଆହତଙ୍କ ମଧ୍ୟରେ ୧୨ ଜଣ ଯୁବତୀ ଓ ୩ ଜଣ ଯୁବକ ଅଛନ୍ତି। ସମସ୍ତ ଆହତଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାହାର ହାତରେ ଆଘାତ ଲାଗିଛି ତ କାହାର ଗୋଡ଼ରେ ଆଘାତ ଲାଗିଛି। ଡ୍ରାଇଭର ଅଧିକ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ ଗମ୍ଭୀର ଆଘାତ ଲାଗିଛି।
Also Read
ଏହି ଯୁବକ ଓ ଯୁବତୀମାନେ ଭୁବନେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିଲେ ବୋଲି ଜଣାପଡ଼ିଛି। ଟ୍ରାଭେଲରର ଡ୍ରାଇଭର ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କ ସୂଚନା ଅନୁଯାୟୀ ଗାଡ଼ିରେ ପ୍ରାୟ ୧୮ ଜଣ ଯୁବକଯୁବତୀ ବସିଥିଲେ। ସେମାନେ ଏକ ବାହାଘରରେ ଯୋଗ ଦେବା ପାଇଁ ବାରିପଦା ଅଭିମୁଖେ ଯାଉଥିଲେ।
ଟ୍ରାଭେଲରର ଡ୍ରାଇଭର କହିଛନ୍ତି ଯେ ଡମ୍ପରଟି ରଙ୍ଗ୍ ରୁଟ୍ରେ ଆସି ତାଙ୍କ ଗାଡ଼ିକୁ ପିଟି ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ: ୯ମ ମହଲାରୁ ଡେଇଁ ବାପା ଓ ଦୁଇ ଛୁଆ ମୃତ
ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଏନେଇ ଖୋଳତାଡ଼ ଜାରି ରହିଛି।

Accident
ପାଇଖାନା ଟାଙ୍କିରେ ଚାଲିଗଲା ୪ ଜୀବନ
ଏନ୍ ସନ୍ତୁ, ଅମୀୟ ଖରା, ଲାଲୁ ରଣା ଓ ତ୍ରିଲୋଚନ ଭତରାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

Accident
ବାଇକ୍ ସହ ଜଳିଗଲେ ପୁଲିସ୍ ଏଏସ୍ଆଇ, ପରିବାର ଲୋକେ କି ଅଭିଯୋଗ ଆଣିଲେ
ଗତକାଲି ବିଳମ୍ବିତ ରାତିରେ ସେ ବାଇକରେ ଭବାନୀପାଟଣାରୁ କୋରାପୁଟ ଅଭିମୁଖେ ଯାଉଥିଲେ।

Accident
ପରିବାର ଲୋକଙ୍କ ସହିତ ସିକ୍କିମ ବୁଲିବାକୁ ଯାଇଥିଲେ ଓଡ଼ିଶାର ବିଜେପି ନେତ୍ରୀ; ନଦୀରେ ଗାଡ଼ି ପଡ଼ି ଯିବାରୁ ତାଙ୍କ ସମେତ ୯ ନିଖୋଜ
ଗତ ରବିବାର ରାତି ସାଢ଼େ ୧୨ଟାରେ ଯାଜପୁର ରୋଡ୍ରୁ ଇତିଶ୍ରୀ ଜେନା ଓ ତାଙ୍କ ପରିବାର ଲୋକେ ସିକ୍କିମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।