ବସ୍‌କୁ ପିଟିଲା ଟ୍ରକ୍‌

ବସ୍‌ରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ।

ଦୁର୍ଘଟଣା ଘଟାଇଥିବା ଟ୍ରକ୍

  • Published: Sunday, 21 April 2024
  • , Updated: 21 April 2024, 01:14 PM IST

ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ାର ରଜାମୁଣ୍ଡା ବାଇପାସ୍ ନିକଟରେ ଏକ ବସ୍‌କୁ ଟ୍ରକ୍‌ଟିଏ ଧକ୍କା ଦେବାରୁ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଲିଙ୍ଗରାଜ ନାମକ ଏହି ଘରୋଇ ବସ୍‌ଟି ରାଉରକେଲାରୁ ବଡ଼ବିଲ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବସ୍‌ଟିରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ।

ଆହତମାନଙ୍କୁ ଲହୁଣୀପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story