Advertisment

ଚାଇନା ଗୁଡ଼ି ସୂତା ଲାଗି କଟିଗଲା ଯୁବକଙ୍କ ବେକ

ଆଜି ସକାଳେ ଯୁବକ ଦ୍ୱୟ ବାଇକରେ ନିଆଳିରୁ କଟକ ଆସୁଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Gudisuta

Gudisuta

ଚାଇନା ଗୁଡ଼ି ସୂତା ଲାଗି ୨ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଆହତ ଯୁବକ ଦ୍ୱୟ ନିଆଳି ଅଞ୍ଚଳର ବୋଲି ଜଣାଯାଇଛି। ଘଟଣା ଘଟିଛି କଟକ ଜିଲ୍ଲା ବାଲିକୁଦା ନିକଟରେ। ଆହତଦ୍ୱୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ଯୁବକ ଦ୍ୱୟ ବାଇକରେ ନିଆଳିରୁ କଟକ ଆସୁଥିଲେ। ବାଲିକୁଦା ନିକଟରେ ଜଣେ ଯୁବକଙ୍କ ବେକରେ ଗୁଡ଼ି ସୂତା ଲାଗି ଯାଇଥିଲା। ଅନ୍ୟ ଜଣଙ୍କର ହାତ ପାପୁଲିରେ ସୂତା ଲାଗିଯାଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଆଜି ପବିତ୍ର ମକର ସଂକ୍ରାନ୍ତି ଥିବାରୁ  ଏହି ଦିନରେ ଗୁଡ଼ି ଉଡାଇବାର ମଧ୍ୟ ପରମ୍ପରା ରହିଛି, ତେବେ ସୁରକ୍ଷା ଦୃଷ୍ଟିରୁ ଗୁଡ଼ି ଉଡାଇବାବେଳେ ମାଞ୍ଝା ସୁତା କିମ୍ବା ଚାଇନିଜ୍ ସୂତା ବ୍ୟବହାର ନକରିବାକୁ ପୁଲିସ କଡ଼ା ଚେତାବନୀ ଦେଇଛି। ଏହା ସତ୍ତ୍ୱେ କିପରି ମାର୍କେଟରେ ମିଳୁଛି ଓ ଗୁଡ଼ି ଉଡ଼ାରେ ବ୍ୟବହାର ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।

Advertisment
Cuttack