/odisha-reporter/media/post_attachments/uploadimage/library/16_9/16_9_0/IMAGE_1717312528.jpg)
Coconut Trees
ତିନି ଜଣ ଯୁବକ ସ୍କୁଟିରେ ଯାଉଥିବା ବେଳେ ସେମାନଙ୍କ ଉପରେ ଏକ ନଡ଼ିଆ ଗଛ ପଡ଼ିଯିବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ପୁରୀ ଜିଲ୍ଲା ନିମାପଡ଼ା ଥାନା ଚିତ୍ରା ଗାଁରେ।
Advertisment
ମୃତ ଯୁବକ ଦ୍ୱୟ ହେଉଛନ୍ତି- ତୁଷାର ରଞ୍ଜନ ବିଶ୍ୱାଳ ଓ ମିଟୁ ପ୍ରଧାନ। ଆହତ ହୋଇଥିବା ଯୁବକଙ୍କ ନାଁ ବିଶ୍ୱରଞ୍ଜନ ଆଚାର୍ଯ୍ୟ। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତମାନେ ରଟିଲ ଗାଁର।
ଆଜି ସକାଳ ପ୍ରାୟ ୯ଟା ବେଳେ ଏହି ଘଟଣା ଘଟିଛି। ତୁଷାର, ମିଟୁ ଓ ବିଶ୍ୱରଞ୍ଜନ ଗୋଟିଏ ସ୍କୁଟିରେ ଅଙ୍କୁସପୁରରୁ ସେମାନଙ୍କ ଗାଁ ରଟିଲ ଯାଉଥିଲେ।ଚିତ୍ରା ଗାଁ କେନାଲ ବନ୍ଧ ରାସ୍ତାରେ ସେମାନେ ଯାଉଥିବା ବେଳେ ହଠାତ୍ ଏକ ନଡ଼ିଆ ଗଛ ସେମାନଙ୍କ ଉପରେ ପଡ଼ିଯାଇଥିଲା। ଦୁଇ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।
Advertisment
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
