Advertisment

ଡ୍ୟାମରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ସାଙ୍ଗ

କଟକ ଷ୍ଟୁଆର୍ଟ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ୫ ସାଙ୍ଗ ଆଜି ଡମଡମଣି ପୀଠକୁ ବୁଲିବା ପାଇଁ ଯାଇଥିଲେ। ପୀଠରେ ବୁଲିବା ପୂର୍ବରୁ ସେମାନଙ୍କ ଭିତରୁ ୩ ଜଣ ସାଙ୍ଗ ଡମଡମଣି ଡ୍ୟାମରେ ଗାଧୋଉଥିଲେ।

ଅଦ୍ୟତନ ହୋଇଛି
Cuttack

Cuttack

Advertisment

ଡ୍ୟାମରେ ଗାଧୋଉଥିବା ବେଳେ ବୁଡ଼ିଗଲେ ଦୁଇ ସାଙ୍ଗ। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଡମଡମଣି ଡ୍ୟାମରେ ଘଟିଛି। ଅଗ୍ନିଶମ କର୍ମଚାରୀ ଡ୍ୟାମରୁ ମୃତଦେହ ଉଦ୍ଧାର କରି ପୁଲିସ୍‌କୁ ହସ୍ତାନ୍ତର କରିଛି।

Advertisment

କଟକ ଷ୍ଟୁଆର୍ଟ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ୫ ସାଙ୍ଗ ଆଜି ଡମଡମଣି ପୀଠକୁ ବୁଲିବା ପାଇଁ ଯାଇଥିଲେ। ପୀଠରେ ବୁଲିବା ପୂର୍ବରୁ ସେମାନଙ୍କ ଭିତରୁ ୩ ଜଣ ସାଙ୍ଗ ଡମଡମଣି ଡ୍ୟାମରେ ଗାଧୋଉଥିଲେ। ଗାଧୋଉଥିବା ସମୟରେ ୩ ଜଣ ସାଙ୍ଗ ଗଣ୍ଡରେ ବୁଡ଼ି ଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଜଣେ ଛାତ୍ରଙ୍କୁ ଉଦ୍ଧାର କରିଥିଲେ। ହେଲେ ଶୃତିକ ଶତପଥୀ ଓ ସ୍ୱୟମ୍‌ ସଂକେତ ଦାଶଙ୍କୁ ଉଦ୍ଧାର କରିପାରି ନଥିଲେ। ସେମାନେ ଗଣ୍ଡରେ ବୁଡ଼ି ଯାଇଥିଲେ।

ସ୍ଥାନୀୟ ଲୋକେ ଏନେଇ ଟାଙ୍ଗୀ-ଚୌଦ୍ୱାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚେରୀମାନେ ଡ୍ୟାମ୍‌ ନିକଟରେ ପହଞ୍ଚିଥିଲେ। ଡ୍ୟାମ୍‌ର ଗଭୀର ପାଣି ଭିତରକୁ ଦୁଇ ଛାତ୍ରଙ୍କ ମୃତଦେହ ଉଦ୍ଧାର କରି ପୁଲିସ୍‌କୁ ହସ୍ତାନ୍ତର କରିଛି। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ପଠାଇ ଦେଇଛି। ବାରମ୍ୱାର ସେଠାରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Advertisment

ରିପୋର୍ଟ- ଚୌଦ୍ୱାରରୁ ପ୍ରକାଶ କୁମାର ନାୟକ

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe