/odisha-reporter/media/post_attachments/uploadimage/library/16_9/16_9_0/Bike_1732357786.jpg)
Bike
ବଲାଙ୍ଗିର-ଦେଓଗାଁ ରାସ୍ତା ଖରଲିକାନୀ ଛକରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଦୁଇ ସାଙ୍ଗ। ସେମାନେ ରତାଖଣ୍ଡି ଗାଁର ଓମ୍ ମହାଳିଙ୍ଗ ଓ ନିରଞ୍ଜନ ଭୋଇ ବୋଲି ଜଣାପଡ଼ିଛି।
Advertisment
ସେମାନେ ଆଜି ବାଇକ୍ ଯୋଗେ ବଲାଙ୍ଗିରରୁ ଗାଁକୁ ଫେରୁଥିଲେ। ବାଟରେ ଖରଲିକାନୀ ଛକ ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସେମାନଙ୍କ ବାଇକ୍। ସେମାନେ କିଛି ଦୂରକୁ ଛିଟିକି ରାସ୍ତା ତଳେ ପଡ଼ିଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ବାଇକ୍ଟି ଦୁଇ ଖଣ୍ଡ ହୋଇଯାଇଛି। ଏହାର ଆଗ ଚକ ସହିତ ଏକ ଅଂଶ ବାଇକ୍ରୁ ସଂପୂର୍ଣ୍ଣ ବାହାରି ଯାଇଥିଲା।
ଖବର ପାଇ ବଲାଙ୍ଗିର ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହ ଦୁଇଟିକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
