ଗାଧୋଇବାକୁ ଯାଇ ଦୁଇ ଭାଇ ନିଖୋଜ

ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି। 

ଶାଶ୍ୱତ ଓ ସ୍ୱାସ୍ତିକ

  • Published: Thursday, 18 April 2024
  • , Updated: 18 April 2024, 03:26 PM IST

ଯାଜପୁର ରୋଡ୍‌ ଥାନା ଜୋକଡ଼ିଆ ଖରସ୍ରୋତା ନଦୀରେ ବୁଡ଼ି ୨ ଭାଇ ନିଖୋଜ ହୋଇଯାଇଛନ୍ତି। ସେମାନେ ହେଉଛନ୍ତି ଶାଶ୍ୱତ ସ୍ୱାଇଁ (୨୪) ଓ ସ୍ୱାସ୍ତିକ ସ୍ୱାଇଁ (୨୧)। ସେମାନଙ୍କ ଘର ଫେରୋକ୍ରମ କଲୋନୀ ନିକଟସ୍ଥ ଶିବାନନ୍ଦ ନଗରରେ। 

ଆଜି ଦୁଇ ଭାଇ ଗାଧୋଇବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ଯାଜପୁର ରୋଡ୍‌ ପୁଲିସ ଓ ଦମକଳ ବାହିନୀ ଉପସ୍ଥିତ ଅଛନ୍ତି। ଦମକଳ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି। 

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନ ତାଳକୁସୁମ ଗାଁରେ ଚିତ୍ରତ୍ପୋଳା ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ସେବକ ରଥ (୨୩)। ଆଜି ତାଙ୍କ ଜେଜେ ମା’ଙ୍କ ଦ୍ଵାଦଶ ଭୋଜି ଚାଲିଥିବା ବେଳେ ସେ ତାଙ୍କର କେତେ ଜଣ ସାଙ୍ଗଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ଗାଧୋଉ ଥିବା ବେଳେ ସେ ଭାସି ଯାଇଥିଲେ। ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ଖୋଜା ଖୋଜି କରି ତାଙ୍କୁ ଉଦ୍ଧାର କରିଥିଲେ। ହେଲେ ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Related story