accident
ବାଇକକୁ ପିକ୍ଅପ୍ ଭ୍ୟାନ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼-ବେଲପଡ଼ା ରାସ୍ତାର କପାଣି ବସଷ୍ଟାଣ୍ଡ ନିକଟରେ ଥିବା କପା ମିଲ ଆଗରେ ଏହି ଦୁର୍ଘଟଣା ଘଟିଛି।
Advertisment
ମୃତକ ଦ୍ୱୟ ହେଉଛନ୍ତି ବେଲପଡ଼ା ଥାନା ଡୁଙ୍ଗାରିଗୁଡ଼ା ଗାଁର ପରମେଶ୍ୱର ଧରୁଆ ଓ କ୍ଷୀରସିନ୍ଧୁ ସା। ସେମାନେ ବାଇକରେ ବେଲପଡ଼ା ଅଭିମୁଖେ ଯାଉଥିବା ବେଳେ ସାମ୍ନାପଟୁ ଆସୁଥିବା ଏକ ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା। ଭ୍ୟାନଟି ଦୁର୍ଘଟଣା ଘଟାଇ ଫେରାର ହୋଇ ଯାଇଥିଲା।
ସ୍ଥାନୀୟ ଲୋକେ ପରମେଶ୍ୱର ଓ କ୍ଷୀରସିନ୍ଧୁଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
