ମୋରମ ପାଇଁ ଯାଇଥିବା ବେଳେ ଖସିଲା ଅତଡ଼ା: ୩ ମହିଳା ମୃତ

ଦୁଇ ଜଣ ପୁରୁଷ ଓ ୮ ଜଣ ମହିଳା ମୋରମ ଖୋଳିବା ପାଇଁ ଆସିଥିବା ବେଳେ ଘଟିଥିଲା ଅଘଟଣ।

Land Slide PhotoOR

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ବେଳର ଦୃଶ୍ୟ

Jitendra Garnayak
  • Published: Saturday, 15 June 2024
  • Updated: 15 June 2024, 04:03 PM IST

କୋରାପୁଟ ଟାଉନ୍ ଥାନା ଅଧୀନ କୋଲାବ ଡ୍ୟାମ୍ ନିକଟସ୍ଥ ମାଟିଖାଲ ମୋରମ୍ ପାହାଡ଼ରୁ ଅତଡ଼ା ଖସିବା ଫଳରେ ଚାପି ହୋଇ ତିନି ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଉଛନ୍ତି ସ୍ଥାନୀୟ ସଲମନଗୁଡ଼ା ଗାଁର ପୂର୍ଣ୍ଣି ଜାନୀ, ସାନମତି ଜାନୀ ଓ ଚମ୍ପା ବଡ଼ ନାଏକ।

Also Read

ସୂଚନା ଅନୁସାରେ, ସଲମନଗୁଡ଼ା ଗାଁର ୨ ଜଣ ପୁରୁଷ ଓ ୮ ଜଣ ମହିଳା ଏକ ଟ୍ରାକ୍ଟରରେ ମୋରମ ନେବା ପାଇଁ ଆସିଥିଲେ। ସେମାନେ ମୋରମ ଖୋଳୁଥିବା ବେଳେ ହଠାତ୍ ପାହାଡ଼ ଉପରୁ ଏକ ବଡ଼ ଅତଡା ଖସି ଥିଲା। ଏହା ତଳେ ଚାପି ହୋଇଯାଇଥିଲେ ପୂର୍ଣ୍ଣି, ସାନମତି ଓ ଚମ୍ପା। ପୂର୍ଣ୍ଣ ଓ ସାନମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଚମ୍ପା ବଡ଼ ନାଏକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

କୋରାପୁଟ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story