ବଣାଇ ସ୍ୱତନ୍ତ୍ର କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ମୃତ ଯୁବକଙ୍କୁ ମାତ୍ର ୨୮ ବର୍ଷ ହୋଇଥିଲା।

ଡାକ୍ତରଖାନାରେ ଶୁକ୍ରାମ ମୁଣ୍ଡାଙ୍କ ମୃତଦେହ

  • Published: Sunday, 27 August 2023
  • , Updated: 27 August 2023, 03:01 PM IST

ସୁନ୍ଦରଗଡ଼ ଜିଲ୍ଲା ବଣାଇ ସ୍ୱତନ୍ତ୍ର କାରାଗାରରେ ଆଜି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶୁକ୍ରାମ ମୁଣ୍ଡା (୨୮)। ତାଙ୍କ ଘର କେ.ବଲାଙ୍ଗ ଥାନାର ଲଙ୍ଗଳକଟା ଅଞ୍ଚଳରେ।

୨୦୨୦ ମସିହାରେ ଏକ ହତ୍ୟା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ଆଜି ସକାଳେ ଶୁକ୍ରାମ ମୁଣ୍ଡା ଚୁଟି କାଟିବା ପରେ ଖାଦ୍ୟ ମଧ୍ୟ ଖାଇଥିଲେ। କିନ୍ତୁ ତା’ପରେ ହଠାତ୍ ପଡ଼ିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଶୁକ୍ରାମଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବଣାଇ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story