Advertisment

ଅଜଣା ଗାଡ଼ି ନେଇଗଲା ଯୁବକଙ୍କ ଜୀବନ!

ଘରକୁ ଫେରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ।

Bike

Bike

Advertisment

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପରଜଙ୍ଗ-ମହାବିରୋଡ଼ ରାସ୍ତାର ମଧୁବନ ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣଙ୍କ ମହାବିରୋଡ଼ ଗ୍ରାମର ଦୁଷ୍ମନ୍ତ ଜେନା ବୋଲି ଜଣାପଡ଼ିଛି।

Advertisment

ଦୁଷ୍ମନ୍ତ ଆଜି ଅପରାହ୍ନରେ ଏକ ମୋଟର ସାଇକେଲ ଯୋଗେ ପରଜଙ୍ଗରୁ ନିଜ ଗ୍ରାମ ମହାବିରୋଡ଼କୁ ଫେରୁଥିବା ବେଳେ ମଧୁବନ ଛକ ନିକଟରେ କୌଣସି ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏହି ଦୁର୍ଘଟଣା ପରେ ପରଜଙ୍ଗ-ମହାବିରୋଡ଼ ରାସ୍ତାରେ ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହନ ଅଟକି ରହିଥିଲା। ଖବର ପାଇ ପରଜଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisment

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe