Advertisment

ରାସ୍ତାରେ ବସିଥିଲେ ବୃଦ୍ଧ, ପଛପଟୁ ଧକ୍କା ଦେଲା ଟ୍ରକ

ଦୃତ ଗତିରେ ଏକ ଟ୍ରକ ଆସି ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେଇଥିଲା

author-image
Biswajit Samal
ଅଦ୍ୟତନ ହୋଇଛି
Road Accident

Road Accident

ଧର୍ମଗଡ଼ ଥାନା ଗାଡ଼ିଆଯୋର ନିକଟର ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ହେଉଛି ମୁଚୁ ନାୟକ (୫୦)। ତାଙ୍କଘର ହେଉଛି ଗଡ଼ିଆଯୋର ଗାଁରେ ବୋଲି ଯଣାପଡ଼ିଛି।

Advertisment

ଆଜି ସକାଳେ ମୁଚୁ ନାୟକ ଗାଁ ପାଖ ରାସ୍ତା କଡ଼ରେ ବସି ଦାନ୍ତ ଘସୁଥିଲେ। ଠିକ୍‌ ଏହି ସମୟରେ ଦୃତ ଗତିରେ ଏକ ଟ୍ରକ ଆସି ମୁଚୁଙ୍କୁ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ମୁଚୁଙ୍କର ମୃତ୍ୟୁ ହୋଇଥିଲା। ଏସମ୍ପର୍କରେ ସ୍ଥାନୀୟ ଲୋକ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ମୁଚୁଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ। ଏହାପରେ ଉତ୍ୟକ୍ତ ଲୋକେ ମୃତକ ପରୀବାରକୁ କ୍ଷତିପୁରଣ ଦାବିରେ ମୃତ ଦେହକୁ ରାସ୍ତା ଉପରେ ରଖି ରାସ୍ତା ରୋକ କାରିଥିଲେ।

ଦୀର୍ଘ ସମୟ ରାସ୍ତା ରୋକ ହେବା ଫଳାରେ ଧର୍ମଗଡ଼ ଜୟପୁର ନୂଆପଡ଼ା ରାସ୍ତା ରେ ଯାତାୟାତ ପୁରା ଠପ୍ ହୋଇଥିଲା। ଏନେଇ ଅନେକ ଗାଡ଼ି ଦୀର୍ଘ ସମୟ ରାସ୍ତାରେ ଫସି ରହିଥିଲେ। ଏସମ୍ପର୍କରେ ଧର୍ମଗଡ଼ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ସ୍ଥାନୀୟ ଲୋକେ ରାସ୍ତାରୁ ହଟିଥିଲେ। ଏହାପରେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଘଟଣାସ୍ଥଳରୁ ଫେରାର ଥିବା ବେଳେ ପୁଲିସ ଚାଳକ ଓ ଗାଡ଼ିକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

Advertisment
Accident Roadaccident