କଟକ ଜିଲ୍ଲା ସାଲେପୁରର ନେମାଳ ବ୍ରିଜରୁ ଜଣେ ମହିଳା ନିଜ ଛୋଟ ପୁଅକୁ ଧରି ଚିତ୍ରୋତ୍ପଳା ନଦୀକୁ ଡେଇଁ ପଡ଼ିଥିବ ଜଣାଯାଇଛି।ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ପୁଅର ମୃତଦେହ ନଦୀରୁ ଉଦ୍ଧାର କରିଥିବା ବେଳେ ମା’ର ପତ୍ତା ମିଳିନାହିଁ।
ମୃତ ପୁଅର ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ସେମାନଙ୍କ ଘର ନେମାଳ ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଅଗ୍ନିଶମ ବାହିନୀ ମା’ କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।
Also Read
ମା’ପୁଅ ନଦୀକୁ କେଉଁ କାରଣ ପାଇଁ ଡେଇଁ ପଡ଼ିଲେ ତାର କାରଣ ଅସ୍ପଷ୍ଟ ରହିଛି। ଗ୍ରୁପ ଲୋନ କରିବା ହେତୁ ମହିଳା ଜଣଙ୍କ ଚିନ୍ତିତ ଥିଲେ, ସେଥିପାଇଁ ନଦୀକୁ ଡେଇଁ ପଡିଥିବା ସମ୍ପକୀୟ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
ନଦୀକୁ ଡେଇଁ ପଡ଼ିଥିବା ମହିଳାଙ୍କ ଝିଅ କହିଛନ୍ତି, ଆଜି ସକାଳେ ମା’ଙ୍କ ସହ ମୋର ଛୋଟ ଭାଇ ଓ ମୁଁ ବଜାର ଆସିଥିଲୁ।ସେଠାରେ ମୋ ଭାଇର ବ୍ଲଡ୍ ଟେଷ୍ଟ କରାଯାଇଥିଲା। ବ୍ଲଡ୍ ଟେଷ୍ଟ କରି ଘରକୁ ଫେରିଲା ବେଳେ ମୋ ଭାଇକୁ ମା’ ପ୍ରଥମେ ନଦୀକୁ ଫିଙ୍ଗି ଦେଇଥିଲା, ପରେ ସେ ନିଜେ ଡେଇଁ ପଡ଼ିଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବ୍ରିଜ୍ ଉପରେ ରେସିଂ, ୱାଗନ ଆରକୁ ପିଟି ଦେଲେ ମର୍ସିଡିଜ ଓ ବିଏମ୍ଡବ୍ଲ୍ୟୁ
‘ୱାଗନ ଆର’ଟିରେ ଗୋଟିଏ ପରିବାରର ୪ ଜଣ ବସିଥିଲେ। ଧକ୍କା ପରେ ତାହା ଓଲଟି ପଡ଼ିଥିଲା।
Accident
ବୃଦ୍ଧଙ୍କୁ ଝାମ୍ପିନେଲା କୁମ୍ଭୀର, ମିଳୁନି ପତ୍ତା
ସବୁ ଦିନ ପରି ଆଜି ସକାଳେ ବି ଆଜାମ୍ବର ନିଜ ମଇଁଷିମାନଙ୍କୁ ଚରାଇବାକୁ ନଦୀ କୂଳକୁ ଯାଇଥିଲେ। ମଇଁଷିମାନେ ଜୋର ପାର ହୋଇ ଯାଇଥିବା ବେଳେ ସେମାନଙ୍କ ପଛେପଛେ ଆଜାମ୍ବର ଯାଉଥିଲେ।
Accident
ବସ୍କୁ ଅପେକ୍ଷା କରିଥିବା ମହିଳାଙ୍କ ଉପରେ ମାଡ଼ିଗଲା ବସ୍, ତାତିଲେ ଲୋକେ
ବସ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ମାତ୍ର ଏହି ସମୟରେ ଆଉ ଏକ ବସ୍ ମାଡ଼ିଆସି ମହିଳାଙ୍କ ଉପରେ ଚଢ଼ାଇଦେଲା।
Accident
ଗଛରେ ପିଟି ହୋଇ ଓଲଟିଲା ପିକଅପ୍ ଭ୍ୟାନ, ୯ ଶ୍ରମିକ ଗୁରୁତର
ବୌଦ୍ଧ ଥାନା ବୁରପଟା ଛକ ନିକଟରେ ଆଜି ସକାଳୁ ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ୯ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।
Accident
ଭୁଲ ଦିଗରୁ ଆସିଲା ଦ୍ରୁତଗାମୀ BMW, ସ୍କୁଟି ସହ ଦୁଇ ଯୁବତୀଙ୍କ ଉପରେ ମାଡ଼ିଗଲା
୨୫ ବର୍ଷୀୟ ଦୀକ୍ଷା ଓ ୨୪ ବର୍ଷୀୟ ଲକ୍ଷ୍ମୀ ତୋମାର ସହରର ମହାଲକ୍ଷ୍ମୀ ନଗରରେ ଗୋଟିଏ ସ୍କୁଟିରେ ଯାଉଥିଲେ। ଏହି ସମୟରେ ଗୋଟିଏ BMW ଦ୍ରୁତଗତିରେ ରଙ୍ଗ ଡିରେକସନରୁ ଆସିଥିଲା।