ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ ଶାଶୁ ଓ ଜ୍ୱାଇଁ। ହଠାତ୍ ହେଲା ବଜ୍ରପାତ। ସେହିଠାରେ ଟଳି ପଡ଼ିଲେ ଶାଶୂ ଓ ମେଡ଼ିକାଲ୍ ବେଡ୍ରେ ଜ୍ୱାଇଁ। ଆଜି ଅପରାହ୍ନାରେ ଏପରି ହୃଦୟ ବିଦାରକ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକଅଞ୍ଚଳରେ ଘଟିଛି।
Also Read
ଆଜି ଅପରାହ୍ନରେ ଦିଗପହଣ୍ଡି ବ୍ଲକ୍ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ତା’ପରେ ହାଲ୍କା ପବନ ଦେବା ସହିତ ବର୍ଷା ଓ ବଜ୍ରପାତ ହୋଇଥିଲା। ସେହି ସମୟରେ କଇଠଡା ପଞ୍ଚାୟତ ଝାଟିପିଟିଆ ଗାଁ ଜାନକି ନାଇକ ଓ ତାଙ୍କ ଜ୍ୱାଇଁ ଟୁକୁନା ନାଇକ ଘର ପିଣ୍ଡାରେ ବସି କଥାବାର୍ତ୍ତା ହେଉଥିଲେ। ବଜ୍ରପାତ ହେବାରୁ ଉଭୟ ଚେତା ହରାଇ ପଡ଼ି ଯାଇଥିଲେ। ସାହି ଭାଇ ଉଭୟଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଜାନକୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଟୁକୁନାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗଜନକ ରହିଛି।
ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟ ପାଢ଼ୀ
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କୋଠାରେ ଲାଗିଲା ନିଆଁ: ୮ ଶିଶୁଙ୍କ ସମେତ ୧୭ ଜୀବନ୍ତ ଦଗ୍ଧ
ଆଜି ସକାଳ ସାଢ଼େ ୫ଟାରୁ ୬ଟା ମଧ୍ୟରେ ଏହି କୋଠାରେ ନିଆଁ ଲାଗିଥିଲା। ଏହି କୋଠାରେ ଉଭୟ ଦୋକାନ ଓ ଆବାସିକ ଘର ରହିଛି।

Accident
ବିଦ୍ୟୁତ୍ ଆଘାତରେ ମା’ ଓ ଶିଶୁପୁତ୍ର ମୃତ
ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Accident
ଭୋଜି ଖାଇବାକୁ ଯାଉଥିଲେ, ଗାଡ଼ି ଓଲଟି ପଡ଼ିବାରୁ ଚାଲିଗଲା ୨ ଜଣଙ୍କ ଜୀବନ
ଦୁର୍ଘଟଣାଗ୍ରସ୍ତ ଟାଟା ଏସିରେ ୧୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ବୋରୋସିଙ୍ଗି ଗ୍ରାମକୁ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ।

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।