ଅସୁସ୍ଥ ମା’କୁ ଭଲ କରିବା ନିମନ୍ତେ ମେଡିକାଲରେ ଭର୍ତ୍ତି କରିଥିଲା ପୁଅ। ଆଉ ନିଜେ ବି ମା’ ପାଖେ ପାଖେ ରହି ସେବା କରୁଥିଲା। ହେଲେ ମେଡିକାଲରେ ମା’କୁ ଜଗି ରହିଥିବା ପୁଅକୁ ଚୋଟ ମାରିଲା ଚିତି ସାପ । ଏବେ ମା’ ସହ ପୁଅ ବି ମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ମେଡିକାଲ୍ରେ ଘଟିଛି।
ଗହଳମୁଣ୍ଡା ଗାଁର ପେଲଙ୍ଗ ମୁଣ୍ଡା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଆନନ୍ଦପୁ ମେଡିକାଲ ବାରଣ୍ଡାରେ ଚିକିତ୍ସାଧୀନ ଥିଲେ। ମେଡିକାଲରେ ମା’କୁ ଜଗି ରହିଥିଲେ ୨୩ ବର୍ଷୀୟ ପୁଅ ବାଜୁ ଚମ୍ପିୟା।
Also Read
ମାତ୍ର ଗତକାଲି ମଧ୍ୟ ରାତ୍ରୀରେ ତାଙ୍କୁ ଏକ ଚିତି ସାପ କାମୁଡ଼ି ଦେଇଥିଲା। ଏହାପରେ ତୁରନ୍ତ ମେଡିକାଲରେ ତାଙ୍କୁ ଚିକିତ୍ସା କରାଯାଇଥିଲା। ଏବେ ସେ ସୁସ୍ଥ ଥିବା ଜଣାଯାଇଛି।
ତେବେ ମା’ଙ୍କୁ ଚିକିତ୍ସା ପାଇଁ ଆଣିଥିବା ଜଣେ ଆଦିବାସୀ ଯୁବକଙ୍କୁ ସାପ କାମୁଡ଼ିବା ଖବର ପ୍ରଚାରିତ ହେବା ପରେ ସମଗ୍ର ମେଡିକାଲରେ ଭୟର ବାତାବରଣ ଖେଳି ଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ନଦୀରେ ବୁଡି ଦୁଇ ସାଙ୍ଗ ମୃତ
ଦୁଇ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି ।
Accident
ଖାଲି ହୋଇଗଲା ବାପାମା’ଙ୍କ କୋଳ; ବୁଡ଼ିଗଲେ ଭାଇଭଉଣୀ
ଭାଇଭଉଣୀଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Accident
ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ମାଙ୍କଡ଼; ୭ ଆହତ
ବନ ବିଭାଗ ସହ ନନ୍ଦନକାନନର ଏକ ସ୍ୱତନ୍ତ୍ର ଟିମ୍ ଗାଁରେ ପହଞ୍ଚି ପାଗଳ ମାଙ୍କଡଙ୍କୁ ଟ୍ରାଙ୍କୁଲାଇଜ କରିଛନ୍ତି।