Advertisment

ସଟ୍ ସର୍କିଟ ନିଆଁ ଲିଭାଇବାକୁ ଯାଇଥିଲେ ଯୁବକ, ମାରିଲା କରେଣ୍ଟ

ସଟ୍ ସର୍କିଟ ଯୋଗୁଁ ଘରେ ଲାଗି ଯାଇଥିଲା ନିଆଁ। ଏହି ନିଆଁ ଲିଭାଇବାକୁ ଟିଣ ଘର ଉପରେ ଯୁବକଜଣକ ଚଢ଼ି ଯାଇଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ।

author-image
Niharika Rout
ଅଦ୍ୟତନ ହୋଇଛି
Current

Current

ସଟ୍ ସର୍କିଟ ଯୋଗୁଁ ଘରେ ଲାଗି ଯାଇଥିଲା ନିଆଁ। ଏହି ନିଆଁ ଲିଭାଇବାକୁ ଟିଣ ଘର ଉପରେ ଯୁବକଜଣକ ଚଢ଼ି ଯାଇଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟର ସନ୍ତୋଷୀନଗରରେ ଘଟିଛି। ଗୁରୁତର ଯୁବକଜଣକ ହେଲେ ଦୀପକ ଶଗଡ଼ିଆ(୧୯)।

Advertisment

ସନ୍ତୋଷିନଗର ଅଞ୍ଚଳର ସୁଶାନ୍ତ ମଣ୍ଡଳଙ୍କ ଘରେ ଗତକାଲି ରାତିରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା । ସୁଶାନ୍ତଙ୍କ ଘରେ କେହି ନ ଥିବାରୁ ଭଡ଼ାଟିଆ ଭାବେ ରହୁଥିବା ଦୀପକ ସଗଡିଆ ନିଆଁ ଲିଭାଇବାକୁ ଟିଣ ଘର ଉପରକୁ ଚଢି ଯାଇଥିଲେ । ଦୁର୍ଭାଗ୍ୟବଶତଃ ସେହି ଟିଣ ଘର ଉପରେ ବିଦ୍ୟୁତ୍ ସରବରାହ ହେଉଥିଲା । ଫଳରେ ସେ ଦୀପକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ ।

ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ପରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରାଯାଇ ଗୁରୁତର ଦୀପକଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଛି।

Advertisment

ତାଙ୍କ ପ୍ରକୃତ ଘର ଚଢ଼େଇଗୁଡା ସାହିରେ ହୋଇଥିବାବେଳେ ସେ ସୁଶାନ୍ତ ମଣ୍ଡଳଙ୍କ ଘରେ ଭଡ଼ଟିଆ ଭାବେ ରହି ଆସୁଥିଲେ । ଖବର ପାଇ ତାଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଥିବା ଜଣାଯାଇଛି।

Nabarangpur