ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି-ଖଲିଆପାଲି ଷ୍ଟେସନ ସହଲା ରେଳ ଫାଟକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ।
ଗତକାଲି ରାତିରେ ଡୁଙ୍ଗୁରିପାଲି-ଖଲିଆପାଲି ଷ୍ଟେସନ ଦେଇ ଏଲେପି-ଧାନବାଦ ଏକ୍ସପ୍ରେସ ଯାଉଥିଲା। ଏହି ସମୟରେ ଏକ ଯୁବକ ହଠାତ୍ ଟ୍ରେନ ଆଗକୁ ଆସିଯାଇଥିଲେ। ଟ୍ରେନଟି ଯୁବକଙ୍କ ଉପରେ ମାଡ଼ି ଯାଇଥିଲା।
Also Read
ଲୋକୋପାଇଲଟ ଷ୍ଟେସନ ପରିଚାଳକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ରେଲୱେ ପୁଲିସ ଯୁବକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। କାହିଁକି ଯୁବକ ଜଣଙ୍କ ଟ୍ରେନ ଆଗକୁ ଆସି ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ବିଦ୍ୟୁତ୍ ଆଘାତରେ ମା’ ଓ ଶିଶୁପୁତ୍ର ମୃତ
ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଂଶପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Accident
ଭୋଜି ଖାଇବାକୁ ଯାଉଥିଲେ, ଗାଡ଼ି ଓଲଟି ପଡ଼ିବାରୁ ଚାଲିଗଲା ୨ ଜଣଙ୍କ ଜୀବନ
ଦୁର୍ଘଟଣାଗ୍ରସ୍ତ ଟାଟା ଏସିରେ ୧୦ରୁ ଅଧିକ ଯାତ୍ରୀ ଥିଲେ। ସେମାନେ ବୋରୋସିଙ୍ଗି ଗ୍ରାମକୁ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିଲେ।

Accident
ଦୁର୍ଘଟଣାର ପର୍ଦ୍ଦାଫାସ କଲା ମର୍ସିଡିଜର ଭଙ୍ଗା ଲୋଗୋ ଓ ସିସିଟିଭି: ୪ ଶ୍ରମିକ ହରାଇଥିଲେ ପ୍ରାଣ
ପୁଲିସ୍ କାରକୁ ଠାବ କରିବା ପାଇଁ ସ୍ୱଂୟଚାଲିତ ନମ୍ବର ପ୍ଲେଟ ଚିହ୍ନଟ କ୍ୟାମେରାକୁ ବ୍ୟବହାର କରିଥିଲା।

Accident
‘ଆମ ବସ୍’ ଧକ୍କାରେ ୨ ଆହତ ଘଟଣାରେ କାର୍ଯ୍ୟାନୁଷ୍ଠାନ; ଡ୍ରାଇଭର ଓ ଗାଇଡ୍ ବିଦା
ଏହି ଦୁର୍ଘଟଣାକୁ କ୍ରୁଟ୍ ଦୁର୍ଭାଗ୍ୟଜନକ କହିଥିବା ବେଳେ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଏହା ସହିତ ଦୁର୍ଘଟଣା ଘଟାଇଥିବା ବସ୍ର ଡ୍ରାଇଭର ଓ ଗାଇଡଙ୍କୁ ତତ୍କାଳ ଚାକିରିରୁ ବିଦା କରାଯାଇଛି ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି।

Accident
ମାଟ୍ରିକ ପରୀକ୍ଷା ଦେବା ପାଇଁ ଘରୁ ବାହାରିବା ମାତ୍ରେ ଚାଲିଗଲା ଜୀବନ
ତିନି ଦିନ ତଳେ ଚନ୍ଦ୍ରଶେଖର ଗାଁରେ ଜଣଙ୍କ ଘରକୁ ଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା।