୧୮ ସେପ୍ଟେମ୍ବର, ରବିବାର: ଆଶା କରୁଥିବା ଦିଗରୁ ସଫଳତା ପାଇବେ

ମେଷ:ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଆୟ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ହସଖୁସିରେ ଦିନଟି ଅତିବାହିତ ହେବ। ବୃଷ: ଆୟବ୍ୟୟ ସମାନ ରହିବ। ପରିବାରରେ କୌଣସି କାରଣରୁ କଳହ ସ୍ଥିତି ଉପୁଜିପାରେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ। ମିଥୁନ: ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ସହଯୋଗ ପାଇବ। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। କର୍କଟ:କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପ ଯୋଗୁ ବିବାଦ ଉପୁଜିପାରେ। ବ୍ୟବସାୟ କ୍ଷେତ୍ରରେ ଥିବା […]

Horoscope

  • Published: Sunday, 18 September 2022
  • , Updated: 18 September 2022, 08:15 AM IST

ମେଷ:ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଆୟ ହେବ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ହସଖୁସିରେ ଦିନଟି ଅତିବାହିତ ହେବ।

ବୃଷ: ଆୟବ୍ୟୟ ସମାନ ରହିବ। ପରିବାରରେ କୌଣସି କାରଣରୁ କଳହ ସ୍ଥିତି ଉପୁଜିପାରେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ।

ମିଥୁନ: ବନ୍ଧୁବାନ୍ଧବ ଓ ପରିବାର ଲୋକଙ୍କ ସହଯୋଗ ପାଇବ। ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ:କର୍ମକ୍ଷେତ୍ରରେ ସହଯୋଗୀମାନଙ୍କ ବିଶୃଙ୍ଖଳିତ କାର୍ଯ୍ୟକଳାପ ଯୋଗୁ ବିବାଦ ଉପୁଜିପାରେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ କ୍ଷତି ସହିପାରନ୍ତି।

ସିଂହ:ବ୍ୟବସାୟରେ ଭଲ ଲାଭ ହେବ। ଆଶା ପୂରଣ ହେବା ଓ ମନ ଶାନ୍ତ ରହିବ। ପରିବାରରେ ସୁଖଶାନ୍ତି ବୃଦ୍ଧି ପାଇବ।

କନ୍ୟା:କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଘର ପାଇଁ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପରିବାରରେ କଳହ ଦେଖାଯିବ। ତେଣୁ ମନ ଅଶାନ୍ତ ରହିବ।

ତୁଳା:ବିଭିନ୍ନ ସମସ୍ୟା ଯୋଗୁ ମାନସିକ ଅସ୍ଥିରତା ଦେଖା ଦେବ। ବ୍ୟବସାୟରେ ଲାଭକ୍ଷତି ସମାନ ରହିବ। ମହିଳାମାନେ ଧର୍ମପରାୟଣ ହେବେ।

ବିଛା: ବନ୍ଧୁବାନ୍ଧବଙ୍କ ଅସହଯୋଗ ଯୋଗୁଁ ମାନସିକ ଅଶାନ୍ତି ପାଇବେ। ବ୍ୟବସାୟରେ କ୍ଷତି ହୋଇପାରେ, ତେଣୁ ସତର୍କ ରୁହନ୍ତୁ।

ଧନୁ: ସମସ୍ତଙ୍କ ସହଯୋଗ ପାଇ ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ନୂତନ କାର୍ଯ୍ୟଭାର ହାତକୁ ନେବେ। ପରିବାରରେ ଶାନ୍ତିଶୃଙ୍ଖଳା ବଜାୟ ରହିବ।

ମକର:ଆଶା କରୁଥିବା ଦିଗରୁ ସଫଳତା ପାଇବେ। ତେଣୁ ମାନସିକ ଶାନ୍ତି ପାଇବେ। ଶତ୍ରୁ ଉପରେ ବିଜୟ ଲାଭ କରିବେ।

କୁମ୍ଭ: ବ୍ୟବସାୟରେ କ୍ଷତି ଯୋଗୁ ମନ ଭଲ ରହିବ ନାହିଁ। ଗୁପ୍ତଶତ୍ରୁମାନେ ହଇରାଣ କରିପାରନ୍ତି। ମହିଳାମାନେ ଘର କାର୍ଯ୍ୟରେ ବ୍ୟସ୍ତ ରହିବେ।

ମୀନ: ସତର୍କତାର ସହିତ ସବୁ କାର୍ଯ୍ୟ କରନ୍ତୁ। ବାଧାବିଘ୍ନ ଉପୁଜିପାରେ। ଦୁର୍ଘଟଣା ଜନିତ କ୍ଷୟକ୍ଷତି ଆଶଙ୍କା ରହିଛି।

 

Related story