୨୦ ନଭେମ୍ବର, ରବିବାର: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ

ମେଷ:ବ୍ୟବସାୟରେ କଠିନ ପରିଶ୍ରମର ଫଳ ଅବଶ୍ୟ ମିଳିବ। ଘର କିମ୍ବା କାର୍ଯ୍ୟାଳୟର ନବୀକରଣ ପାଇଁ ଯୋଜନା କରିପାରନ୍ତି। କୌଶଳ ପ୍ରୟୋଗ କରି ନିଜ କାର୍ଯ୍ୟକୁ ବିସ୍ତାର କରିବାକୁ ସକ୍ଷମ ହେବେ। ବୃଷ:ମାନହାନିର ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ପାଠପଢ଼ାରେ ମନ ଦେବେ। ରାସ୍ତାରେ ଯା’ଆସ କଲା ବେଳେ ଯଥେଷ୍ଟ ସତର୍କ ହୁଅନ୍ତୁ। ମିଥୁନ:ସାମାଜିକ ପତିଆରା ବଜାୟ ରହିବ। ଜନସେବା ଦ୍ୱାରା ସୁନାମପ୍ରାପ୍ତି ହେବ। ବନ୍ଧୁଙ୍କ ଦ୍ୱାରା କୌଣସି କାର୍ଯ୍ୟକୁ ସମ୍ପନ୍ନ କରିବାରେ ସଫଳ ହେବେ। କର୍କଟ:ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ […]

Horoscope

  • Published: Sunday, 20 November 2022
  • , Updated: 20 November 2022, 07:29 AM IST

ମେଷ:ବ୍ୟବସାୟରେ କଠିନ ପରିଶ୍ରମର ଫଳ ଅବଶ୍ୟ ମିଳିବ। ଘର କିମ୍ବା କାର୍ଯ୍ୟାଳୟର ନବୀକରଣ ପାଇଁ ଯୋଜନା କରିପାରନ୍ତି। କୌଶଳ ପ୍ରୟୋଗ କରି ନିଜ କାର୍ଯ୍ୟକୁ ବିସ୍ତାର କରିବାକୁ ସକ୍ଷମ ହେବେ।

ବୃଷ:ମାନହାନିର ସମ୍ଭାବନା ରହିଛି। ଛାତ୍ରଛାତ୍ରୀ ପାଠପଢ଼ାରେ ମନ ଦେବେ। ରାସ୍ତାରେ ଯା’ଆସ କଲା ବେଳେ ଯଥେଷ୍ଟ ସତର୍କ ହୁଅନ୍ତୁ।

ମିଥୁନ:ସାମାଜିକ ପତିଆରା ବଜାୟ ରହିବ। ଜନସେବା ଦ୍ୱାରା ସୁନାମପ୍ରାପ୍ତି ହେବ। ବନ୍ଧୁଙ୍କ ଦ୍ୱାରା କୌଣସି କାର୍ଯ୍ୟକୁ ସମ୍ପନ୍ନ କରିବାରେ ସଫଳ ହେବେ।

କର୍କଟ:ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ। କାହାକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବା ଫଳରେ ମାନ, ପ୍ରତିଷ୍ଠା ବୃଦ୍ଧି ହେବ।

ପରିବାରରେ ହସଖୁସିର ବାତାବରଣ ରହିବ।

ସିଂହ:ସହନଶୀଳତା ଗୁଣ ଯୋଗୁ ପ୍ରଶଂସିତ ହେବେ। ବ୍ୟବସାୟରେ କ୍ଷତି ସହିପାରନ୍ତି। ଘରକୁ ବନ୍ଧୁଙ୍କ ଆଗମନ ହୋଇପାରେ।

କନ୍ୟା:ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ଦାମ୍ପତ୍ୟ ଜୀବନ ଭଲ ରହିବ। ଦୂରଯାତ୍ରାରୁ ସୁଫଳ ମିଳିବ।

ତୁଳା:ନିଜର ବୁଦ୍ଧି ଓ ବିବେକ ଖଟାଇ କୌଣସି ସମସ୍ୟାର ସମାଧାନ କରିବେ। ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ବ୍ୟବସାୟ କାମରେ  ନିକଟସ୍ଥ କୌଣସି ସ୍ଥାନକୁ ଯାଇପାରନ୍ତି।

ବିଛା:ସ୍ୱାସ୍ଥ୍ୟରେ ଉନ୍ନତି ଆସିବ। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଯାନବାହାନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ।

ଧନୁ:ଶତ୍ରୁମାନେ ପରାଜିତ ହେବେ। କୌଣସି କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ।

ମକର: ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ପତିପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ। ଅଟକି ରହିଥିବା କୌଣସି କାର୍ଯ୍ୟକୁ ଶେଷ କରିବାକୁ ପ୍ରୟାସ କରିବେ।

କୁମ୍ଭ:ନକାରାତ୍ମକ ଭାବନାକୁ ଛାଡ଼ିବା ପାଇଁ ପ୍ରୟାସ କରନ୍ତୁ। ଆଖପାଖର ଲୋକମାନେ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ। ଅଦରକାରୀ ଜିନିଷ ଓ ଅଦରକାରୀ ଭାବନା ଉପରେ ଅଧିକ ସମୟ ନଷ୍ଟ କରନ୍ତୁ ନାହିଁ।

ମୀନ:ନିଜ ବ୍ୟକ୍ତିତ୍ୱର ବିକାଶ କରିବେ। ସହକର୍ମୀମାନଙ୍କ ସହଯୋଗ ମିଳିବ। ମନ ଦେଇ ସବୁ କାମ କରି ପ୍ରଶଂସିତ ହେବେ।

Related story