ସ୍ୱପ୍ନରେ ଆସୁଛନ୍ତି କି ଅଜଣା ବ୍ୟକ୍ତି? ଜାଣନ୍ତୁ, ଏହା ଦେଉଛି କେଉଁ ଇସାରା

ସ୍ୱପ୍ନରେ ଅଜଣା ସ୍ଥାନରେ ଅଜଣା ଲୋକଙ୍କୁ ଦେଖିଲେ ଏହା ଶୁଭ ସୂଚନା ଦେଇଥାଏ।

Representational Image

  • Published: Thursday, 02 May 2024
  • , Updated: 02 May 2024, 12:17 PM IST

ଆଖିକୁ ନିଦ ଆସିଲେ ଭଳିକି ଭଳି ସ୍ୱପ୍ନ ଆସିଥାଏ। ମାତ୍ର ଆଖି ଖୋଲିଲେ ଏହାର ଅସ୍ତିତ୍ୱ ହଜି ଯାଇଥାଏ। କିନ୍ତୁ ଆପଣ ଦେଖିଥିବା ସ୍ୱପ୍ନ ଭିନ୍ନ ଭିନ୍ନ ସଙ୍କେତ ଦେଇଥାଏ। ଏପରି ସ୍ଥଳେ ସ୍ୱପ୍ନରେ ଆପଣ ଅଜଣା ଚେହେରା ଦେଖିଲେ ଜାଣନ୍ତୁ ଏହାର ଅର୍ଥ କ’ଣ।

-ସ୍ୱପ୍ନଶାସ୍ତ୍ର ଅନୁଯାୟୀ, ଆପଣ ସ୍ୱପ୍ନରେ ଅଜଣା, ଅଚିହ୍ନା ଲୋକଙ୍କୁ ଦେଖିଲେ ଏହାର ଅର୍ଥ କୌଣସି ବାହ୍ୟ ଶକ୍ତି ଆପଣଙ୍କ ଉପରେ ନଜର ରଖିଛି। ଏହା ସକରାତ୍ମକ ବା ନକରାତ୍ମକ ଶକ୍ତି ହୋଇପାରେ । ତେବେ ସ୍ୱପ୍ନରେ ଭିନ୍ନ ଭିନ୍ନ ସ୍ଥିତିରେ ଦେଖିଥିବା ଅଜଣା ଲୋକଙ୍କ ସ୍ୱପ୍ନ ଭିନ୍ନ କଥା ସୂଚିତ କରିଥାଏ।

-ଅଜଣା ସ୍ଥାନରେ ଅଜଣା ଲୋକଙ୍କୁ ସ୍ୱପ୍ନରେ ଦେଖିଲେ ଏହା ଶୁଭ ସୂଚନା ଦେଇଥାଏ। ଏହାର ଅର୍ଥ ଆପଣ ଖୁବ୍‌ ଶୀଘ୍ର ବିଦେଶ ଯାତ୍ରାରେ ଯାଇ ପାରନ୍ତି। ଏଥିସହ ଏହି ସ୍ୱପ୍ନ ଆପଣଙ୍କ ପୂର୍ବର ମନୋସ୍କାମନା ପୂର୍ଣ୍ଣ ହେବା ଆଡ଼କୁ ବି ଇସାରା କରିପାରେ।

-ସ୍ୱପ୍ନରେ ଆପଣ ଅଚିହ୍ନା ଲୋକଙ୍କ ସହ କଥାବାର୍ତ୍ତା କରିବା ଅର୍ଥ ଆପଣ ନିଜ ଜୀବନରେ ଏକୁଟିଆ ହୋଇଯିବାକୁ ସୂଚିତ କରିଥାଏ। । ଏହାର ଅର୍ଥ ଆପଣଙ୍କ ସାଙ୍ଗସାଥୀଙ୍କ ସଂଖ୍ୟା କମିପାରେ । ଆପଣଙ୍କ ସାମାଜିକ ସମ୍ପର୍କ ସଙ୍କୁଚିତ ହୋଇପାରେ। ଅର୍ଥାତ ଅନ୍ୟମାନଙ୍କ ସହ ଆପଣଙ୍କ ସମ୍ପର୍କ ଖରାପ ଦିଗକୁ ଗତି କରି ପାରେ।

-ଅଜଣା ବ୍ୟକ୍ତି ସ୍ୱପ୍ନରେ ଆପଣଙ୍କୁ ଉପହାର ଦେଉଥିବାର ଦେଖିଲେ ଆପଣ ଖୁସି ହୋଇ ଯାଆନ୍ତୁ। ଏହାର ଅର୍ଥ ଅଚାନକ ଆପଣଙ୍କୁ ଧନ ଲାଭ ହୋଇପାରେ ଓ କୌଣସି ବଡ଼ ଖୁସି ଖବର ପ୍ରାପ୍ତ ହୋଇପାରେ।

-ସ୍ୱପ୍ନରେ କୌଣସି ଅପରିଚିତ ଲୋକ ଆପଣଙ୍କ ପିଛା କରୁଥିବାର ଅର୍ଥ ଏହା ଆପଣଙ୍କ ଭିତରର ଡର ଓ ଭୟକୁ ଦର୍ଶାଇଥାଏ। ଏହାର ଅର୍ଥ ଆପଣ କୌଣସି ମାମଲାକୁ ସମାଧାନ କରି ନ ପାରି ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ତେଣୁ ଏପରି ସ୍ୱପ୍ନ ଆସିଲେ ଆପଣ ନିଜ ଜୀବନରେ ଥିବା ସମସ୍ୟାକୁ ସମାଧାନ କରିବାକୁ ଯତ୍ନବାନ ହୁଅନ୍ତୁ।

-କୌଣସି ଅପରିଚିତ ବ୍ୟକ୍ତି ଆପଣଙ୍କ କବାଟ ବାଡ଼େଇବା ସ୍ୱପ୍ନ ଦେଖିଲେ ତାହାର ଅର୍ଥ ଆପଣଙ୍କ ଜୀବନରେ ଖୁବ୍‌ ଶୀଘ୍ର ପରିବର୍ତ୍ତନ ଆସିବାକୁ ଯାଉଛି। ଏହାର ଅର୍ଥ ଏହି ପରିବର୍ତ୍ତନ ସକରାତ୍ମକ ବା ନକରାତ୍ମକ ବି ହୋଇପାରେ।

-ମୃତ ବ୍ୟକ୍ତିଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ ଆପଣଙ୍କ ଜୀବନରେ ସତର୍କ ଘଣ୍ଟି ବାଜିବାକୁ ଯାଉଛି। ଏହାର ଅର୍ଥ ଖୁବ୍‌ କମ୍‌ ଦିନରେ ଆପଣ ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ତେଣୁ ଏପରି ସ୍ୱପ୍ନ ଆସିଲେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ଯାଆନ୍ତୁ ।

-ବାରମ୍ବାର ଅପରିଚିତ ଲୋକଙ୍କୁ ସ୍ୱପ୍ନରେ ଦେଖିବାର ଅର୍ଥ ଆପଣ ଜୀବନରେ ଏକ ଭିନ୍ନ ଅନୁଭବ ଖୁବ୍‌ ଶୀଘ୍ର ସାଉଣ୍ଟି ପାରନ୍ତି। ପୂର୍ବରୁ କେବେ ସମ୍ମୁଖୀନ ହୋଇ ନ ଥିବା ପରିସ୍ଥିତିରେ ପଡ଼ି ହଡ଼ବଡ଼େଇ ଯାଇ ପାରନ୍ତି।

Related story