/odisha-reporter/media/post_attachments/uploadimage/library/16_9/16_9_0/IMAGE_1716379407.jpg)
Manipal Hospital Team
ଆମ୍ରି ହସ୍ପିଟାଲ ହେଲା ମଣିପାଲ ହସ୍ପିଟାଲ୍ସ। ଏଥିସହ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲ ଏଣିକି ‘ଭୁବନେଶ୍ୱର ମଣିପାଲ ହସ୍ପିଟାଲ୍ସ’ ନାମରେ ପରିଚିତ ହେବ। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମଣିପାଲ୍ ହସ୍ପିଟାଲ୍ସର ଚିଫ୍ ପିପୁଲ୍ ଅଫିସର ପାର୍ଥ ଦାସ।
ସେ କହିଛନ୍ତି, ଲୋକମାନେ ଏଣିକି ଭୁବନେଶ୍ୱରରେ ମଧ୍ୟ ଅନ୍ୟ ମଣିପାଲ ହସ୍ପିଟାଲ୍ସ ଭଳି ସବୁ ପ୍ରକାର ଚିକିତ୍ସା ସେବା ପାଇପାରିବେ। ଏହାଛଡ଼ା ଖୁବ୍ଶୀଘ୍ର ଭୁବନେଶ୍ବର ମଣିପାଲ ହସ୍ପିଟାଲ୍ସରେ ଖୋଲିବ ସ୍ୱତନ୍ତ୍ର ଅଙ୍କୋଲୋଜି ବ୍ଲକ୍। ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ୧୦୦ ବେଡ୍ ବିଶିଷ୍ଟ ଅଙ୍କୋଲୋଜି ବ୍ଲକ୍ରେ ସବୁ ପ୍ରକାର କର୍କଟ ଚିକିତ୍ସା ସୁବିଧା ରହିବ। ୨୦୨୫ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମଣିପାଲ ହସ୍ପିଟାଲ୍ସରେ କାର୍ଯ୍ୟକ୍ଷମ ହେବ ଏହି ଅଙ୍କୋଲୋଜି ବ୍ଲକ୍।
ଆମ୍ରି ହସ୍ପିଟାଲ ଅଧିଗ୍ରହଣ ସହ ଦେଶର ୧୭ ସହରରେ ମଣିପାଲ୍ ହସ୍ପିଟାଲ୍ସର ଡାକ୍ତରଖାନା ସଂଖ୍ୟା ୩୩ରେ ପହଞ୍ଚିଛି। ଏବେ ମେଡିକାର ୪ ହସ୍ପିଟାଲ ଅଧିଗ୍ରହଣ ପାଇଁ ଆଲୋଚନା ଜାରି ରହିଛି। ଏହି ଅଧିଗ୍ରହଣ ସଫଳ ହେଲେ ୩୭ ହସ୍ପିଟାଲ ଓ ୧୦ ହଜାର ୫୦୦ରୁ ଅଧିକ ବେଡ୍ ସହ ମଣିପାଲ ହସ୍ପିଟାଲ୍ସ ଦେଶର ସର୍ବବୃହତ୍ ହସ୍ପିଟାଲ ଚେନ୍ରେ ପରିଣତ ହେବ ବୋଲି କହିଛନ୍ତି ପାର୍ଥ ଦାସ।
ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ଥ ଦାସଙ୍କ ସହିତ ଭୁବନେଶ୍ୱର ମଣିପାଲ ହସ୍ପିଟାଲ୍ସର ନିର୍ଦ୍ଦେଶକ ଡାକ୍ତର ଶକ୍ତିମୟ ମହାପାତ୍ର ଓ ଡାକ୍ତର ସୁଧାକର ଉପସ୍ଥିତ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
