Advertisment

ଆଜିଠାରୁ ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ

ଗତବର୍ଷ ଆକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Flight

Flight

ଆଜିଠାରୁ ଭୁବନେଶ୍ୱରରୁ କୋରାପୁଟ ଜିଲ୍ଳା ଜୟପୁରରୁ ଉଡ଼ିବ ଦ୍ୱିତୀୟ ବିମାନ। ସପ୍ତାହକୁ ଦୁଇ ଦିନ ସୋମବାର ଓ ଶୁକ୍ରବାର ଇଣ୍ଡିଆ ୱାନ୍ ପକ୍ଷରୁ ବିମାନ ଚଳାଚଳ କରିବ।

Advertisment

ବିମାନଟି ଭୁବନେଶ୍ୱରରୁ ସକାଳ ୭ଟାରେ ଛାଡ଼ିବା ପରେ ଜୟପୁରରେ ୮ଟା ୪୫ ମିନିଟରେ ପହଞ୍ଚିବ। ୯ ଘଣ୍ଟା ପରେ ଜୟପୁରରୁ ବାହାରି ଭୁବନେଶ୍ୱର ଆସିବ। ଏହି ବିମାନ ସେବା ଦ୍ୱାରା କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି କୁହାଯାଇଛି।

ବଡ଼ ବିମାନ ଅବତରଣ ପାଇଁ ୨୫୦ କୋଟି ଟଙ୍କା ବଜେଟରେ ଏୟାରପୋର୍ଟ ନିର୍ମାଣ ଚାଲିଥିବା କହିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି।

Advertisment

ସୂଚନାଯୋଗ୍ୟ, ଗତବର୍ଷ ଆକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା। ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ଚଳାଚଳକୁର ଶୁଭାରମ୍ଭ କରିଥିଲେ।

Bhubaneswar