Advertisment

RBIର ୯୦ ବର୍ଷ ପୂର୍ତ୍ତି ଅବସରରେ ୯୦ ଟଙ୍କିଆ କଏନ ଉନ୍ମୋଚନ

୯୦ ବର୍ଷରେ ପଦାର୍ପଣ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା RBI।

author-image
Debibandita Barick
ଅଦ୍ୟତନ ହୋଇଛି
PM Modi & RBI Governor

PM Modi & RBI Governor

୯୦ ବର୍ଷରେ ପଦାର୍ପଣ କରିଛି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା RBI। ଆଜିର ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୦ ଟଙ୍କିଆ କଏନ ଉନ୍ମୋଚନ କରିଛନ୍ତି।

Advertisment

ଏହି କଏନ ସମ୍ପୂର୍ଣ୍ଣ ରୁପାରେ ପ୍ରସ୍ତୁତ, ଯାହାର ଓଜନ ୪୦ ଗ୍ରାମ ହେବ। ଆରବିଆର ସ୍ୱତନ୍ତ୍ର ଦିବସ ଅବସରରେ ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମର ଏହି କଏନ ଉନ୍ମୋଚନ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଆର୍ଥିକ ପ୍ରଗତିରେ ଆରବିଆଇର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ୨୦୧୪ରେ ସାରା ଦେଶରେ ବ୍ୟାଙ୍କିଂ ବ୍ୟବସ୍ଥା ଅତି ଦୁର୍ବଳ ଥିଲା। ଆର୍ଥିକ ଭବିଷ୍ୟତକୁ ବ୍ୟାଙ୍କିଂ ବ୍ୟବସ୍ଥା ନିଶ୍ଚିତ କରିପାରୁନଥିଲା। ଏବେ କିନ୍ତୁ ସ୍ଥିତିରେ ଅନେକ ପ୍ରଗତି ହୋଇଛି। 

Advertisment