ଭାରତରେ ବନ୍ଦ ହେଲା Yahooର ନ୍ୟୁଜ୍ ଓ୍ୱେବସାଇଟ୍

ନୂଆଦିଲ୍ଲୀ: ବନ୍ଦ ହେଲା ୟାହୁର ଡିଜିଟାଲ ନ୍ୟୁଜ ପ୍ରକାଶନ ସଂସ୍ଥା। ୟାହୁ (Yahoo) ଭାରତରେ ଏହି ସେବାକୁ ବନ୍ଦ କରି ଦେଇଛି। ତେଣୁ ଏବେ ଇଣ୍ଟରନେଟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ୍, ୟାହୁ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଏବଂ ମେକର୍ସ ଇଣ୍ଡିଆର ସେବା ବନ୍ଦ ହୋଇଯାଇଛି। ଡିଜିଟାଲ ମିଡିଆରେ ନୂଆ ଏଫଡିଆଇ ନିୟମ ପାଇଁ ୟାହୁ ଏହି ସେବା ବନ୍ଦ କରିଛି ବୋଲି କହିଛି। ତେବେ ଭାରତରେ ୟାହୁର ଇ-ମେଲ ଏବଂ ସର୍ଚ୍ଚ ଇଞ୍ଜିନ ପୂର୍ବପରି ସେବା ଜାରି […]

Yahoo-website

Subhransu Sekhar
  • Published: Thursday, 26 August 2021
  • , Updated: 26 August 2021, 06:31 PM IST

ନୂଆଦିଲ୍ଲୀ: ବନ୍ଦ ହେଲା ୟାହୁର ଡିଜିଟାଲ ନ୍ୟୁଜ ପ୍ରକାଶନ ସଂସ୍ଥା। ୟାହୁ (Yahoo) ଭାରତରେ ଏହି ସେବାକୁ ବନ୍ଦ କରି ଦେଇଛି। ତେଣୁ ଏବେ ଇଣ୍ଟରନେଟରେ ୟାହୁ ନ୍ୟୁଜ, ୟାହୁ କ୍ରିକେଟ୍, ୟାହୁ ଫାଇନାନ୍ସ, ଏଣ୍ଟରଟେନମେଣ୍ଟ ଏବଂ ମେକର୍ସ ଇଣ୍ଡିଆର ସେବା ବନ୍ଦ ହୋଇଯାଇଛି। ଡିଜିଟାଲ ମିଡିଆରେ ନୂଆ ଏଫଡିଆଇ ନିୟମ ପାଇଁ ୟାହୁ ଏହି ସେବା ବନ୍ଦ କରିଛି ବୋଲି କହିଛି। ତେବେ ଭାରତରେ ୟାହୁର ଇ-ମେଲ ଏବଂ ସର୍ଚ୍ଚ ଇଞ୍ଜିନ ପୂର୍ବପରି ସେବା ଜାରି ରଖିବ।

ୟାହୁ ଓ୍ୱେବସାଇଟ୍ ଏକ ନୋଟିସରେ କହିଛି ଯେ ଅଗଷ୍ଟ ୨୬, ୨୦୨୧ ପାଖରୁ ଭାରତରେ ତାର ଡିଜିଟାଲ କଣ୍ଟେଣ୍ଟ ପ୍ରକାଶନକୁ ବନ୍ଦ କରିଛି। କିନ୍ତୁ ୟାହୁର ଅନ୍ୟ ସେବା ଯେପରି ଥିଲା ସେପରି ଚାଲୁ ରହିବ। ସେହି ସେବା ଗୁଡ଼ିକର ୟୁଜର ପ୍ରଭାବିତ ହେବେ ନାହିଁ। ୨୦୧୭ରେ ଆମେରିକାର ଭେରିଜନ ନାମକ କମ୍ପାନୀ ୟାହୁକୁ ଅଧିଗ୍ରହଣ କରିଥିଲା। ବିଜ୍ଞପ୍ତିରେ କୁହାଯାଇଛି ଯେ ଭାରତରେ ନିୟମରେ ପରିବର୍ତ୍ତନ ହେବା ଦ୍ୱାରା ବିଦେଶୀ ମାଲିକନା ଉପରେ ଗୋଟିଏ ନିୟମ ରହିଛି। ତେଣୁ ୟାହୁ ଇଣ୍ଡିଆ ପ୍ରଭାବିତ ହୋଇଛି। ୟାହୁ ଆହୁରି ମଧ୍ୟ କହିଛି ଯେ ଯେହେତୁ ୟାହୁ କ୍ରିକେଟରେ ମଧ୍ୟ ନ୍ୟୁଜ ଆସେ କିନ୍ତୁ ନୂଆ ଏଫଡିଆଇ ନିୟମ ଦ୍ୱାରା ଏହା ପ୍ରଭାବିତ ହୋଇଥିଲା। ଯାହା ମିଡିଆ କମ୍ପାନୀଗୁଡିକର ବିଦେଶୀ ମାଲିକାନାକୁ ସୀମିତ କରିଥାଏ। ଯାହାକି ଭାରତରେ ଖବର ଡିଜିଟାଲ ମିଡିଆରେ ପ୍ରକାଶ କରିଥାଏ। ଗତ ଦୁଇ ଦଶନ୍ଧି ମଧ୍ୟରେ ପାଇଥିବା 'ସମର୍ଥନ ଏବଂ ବିଶ୍ୱାସ' ପାଇଁ ୟାହୁ ଭାରତର ଉପଭୋକ୍ତାମାନଙ୍କୁ ଧନ୍ୟବାଦ ଜଣାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ ଏଫଡିଆଇ ନିୟମ ଅକ୍ଟୋବରରୁ ଲାଗୁ ହେବ। ନୂଆ ନିୟମ ଅନୁଯାୟୀ ଦେଶରେ ଥିବା ମିଡିଆ ଗୁଡିକରେ ବିଦେଶୀ ମାଲିକ ମାନେ ୨୬ ପ୍ରତିଶତ ଅଂଶଧନ ପୁଞ୍ଜି ନିବେଶ କରିପାରିବେ।

Related story