ସର୍ବକାଳୀନ ରେକର୍ଡ ସ୍ତରରେ ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ ହେଲା

ରୁପା ଦର କିଲୋଗ୍ରାମ ପିଛା ୧ ହଜାର ଟଙ୍କା ମହଙ୍ଗା ହୋଇ ୯୦ ହଜାର ୫୦୦ ଟଙ୍କାରେ ପହଞ୍ଚିଛି।

Representational Image

  • Published: Tuesday, 16 April 2024
  • , Updated: 16 April 2024, 01:47 PM IST

ସର୍ବକାଳୀନ ନୂଆ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା ଦର । ପ୍ରଥମ ଥର ପାଇଁ ୭୪ ହଜାର ଟଙ୍କା ପାର କରିଛି ୨୪ କ୍ୟାରେଟ ସୁନା ବା ଖାଣ୍ଟି ସୁନା। ସେହିପରି ୨୨ କ୍ୟାରେଟ ସୁନା ଦର ୬୮ ହଜାର ଟଙ୍କାର ନିକଟତର ହୋଇଛି।

ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୮୦ ଟଙ୍କା ମହଙ୍ଗା ହୋଇ ୭୪ ହଜାର ୧୩୦ ଟଙ୍କା ହୋଇଛି। ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୦୦ ଟଙ୍କା ବୃଦ୍ଧି ଘଟି ୬୭ ହଜାର ୯୫୦ ଟଙ୍କା ହୋଇଛି।

୪ ଦିନ ତଳେ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୩ ହଜାର ଛୁଇଁ ଥିଲା। ଗତକାଲି ଏହାର ଦର ୭୩ ହଜାର ୧୫୦ ଟଙ୍କା ଥିଲା। ଆଜି ଏଥିରେ ୯୮୦ ଟଙ୍କାର ବୃଦ୍ଧି ହୋଇଛି। 

ଅନ୍ୟପକ୍ଷରେ ଆଜି ରୁପା ଦର କିଲୋଗ୍ରାମ ପିଛା ୧ ହଜାର ଟଙ୍କା ମହଙ୍ଗା ହୋଇ ୯୦ ହଜାର ୫୦୦ ଟଙ୍କାରେ ପହଞ୍ଚିଛି।

ସୁନା ଦରରେ ଏହି ବୃଦ୍ଧି ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ ବୋଲି କୁହାଯାଉଛି। 

Related story