Advertisment

ସୁନା କହୁଛି ମୋତେ ଛୁଅଁନା, ବଢ଼ୁଛି ଦାମ୍

ବିବାହ ଋତୁ ଭିତରେ ସୁନା ଓ ରୂପା ଦାମ୍‌ ଲଗାତର ବଢ଼ୁଛି ଆଉ ଖସୁଛି। ଆଗକୁ ମଧ୍ୟ ଏହି ଦାମ୍‌ ବଢ଼ିପାରେ।

author-image
Madhupriya Mistry
Gold Price

Gold Price

ଦିନକୁ ଦିନ ବଢ଼ୁଛି ସୁନା ଦାମ୍‌। ବିବାହ ଋତୁ ଚାଲିଥିବା ବେଳେ ସୁନାରେ ହାତ ମାରି ହେଉନି। ୧୦ ଗ୍ରାମ ପିଛା ସୁନା ଦାମ୍‌ ରେକର୍ଡ ସ୍ତରରେ ପହଞ୍ଚି ସାରିଲାଣି। ସାଧାରଣ ଗ୍ରାହକ ଜଣେ କିଣିବା ତ ଦୂରର କଥା ସୁନାରେ ହାତ ମଧ୍ୟ ମାରିପାରୁନି।

Advertisment

ମଙ୍ଗଳବାର ଅଲ୍‌ଟାଇମ୍‌ ହାଇ ରେଟ୍‌ ଥିଲା ସୁନାର ଦାମ୍‌। ୧୦ ଗ୍ରାମ ପ୍ରତି ସୁନା ଦର ୫୭,୦୦୦ ପାର୍‌ କରିଥିଲା। ଆଜି ଏହି ଦରରେ ସାମାନ୍ୟ ହ୍ରାସ ପାଇଛି। ୧୦ ଗ୍ରାମ ପିଛା ସୁନା ଦର ୫୬,୮୩୦ ଟଙ୍କା ରହିଛି। ଗତକାଲି ଅପେକ୍ଷା ଆଜି ଏହି ଦର ୧୩୯ ଟଙ୍କା କମିଛି। ତେବେ ସରାଫା ବଜାରରେ ସୁନାର ଦାମ୍‌ ୫୭,୨୦୦ ଟଙ୍କା ଥିବା ରେକର୍ଡ କରାଯାଇଛି।

ସେହିପରି ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୫୩,୮୫୦ ଟଙ୍କା ରହିଛି। ସେହିପରି ରୁପା ଦର ପ୍ରତି କିଲୋ ପିଛା ୬୮ହଜାର ୪୬୦ ଟଙ୍କା ରହିଛି। ସରାଫା ବ୍ୟବସାୟୀ ବିଜୟ ତିଓ୍ୱାରୀଙ୍କ କହିବା ମୁତାବକ, ବିବାହ ଋତୁ ଭିତରେ ସୁନା ଓ ରୂପା ଦାମ୍‌ ଲଗାତର ବଢ଼ୁଛି ଆଉ ଖସୁଛି। ଆଗକୁ ମଧ୍ୟ ଏହି ଦାମ୍‌ ବଢ଼ିପାରେ ବୋଲି ସେ କହିଛନ୍ତି।

Advertisment

ସୁନା ଓ ରୁପା ଦାମ୍‌ ପ୍ରତିଦିନ ବଦଳୁଛି। ବିଭିନ୍ନ ଓ୍ୱେବସାଇଟ୍ ଅନୁଯାୟୀ ଏହାର ଦାମ୍‌ ଭିନ୍ନ ଭିନ୍ନ ରହିଛି।