ବୋଲ ମାନୁନି ସୁନା ଦର। ଦନକୁ ଦିନ ଏହାର ଦାମ୍ ବୃଦ୍ଧି ପାଇବାରେ ଲାଗିଛି। ଗୁରୁବାର ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଦେଶରେ ୧୦ ଗ୍ରାମ ସୁନା ପିଛା ଦର ପାଖାପାଖି ୬୭,୦୦୦ ରହିଛି। ଅନ୍ତର୍ଜାତୀୟ ବଜାରରେ ପ୍ରଥମ ଥର ପାଇଁ ସୁନାର ଦାମ୍ ଏକ ଆଉନ୍ସ ପ୍ରତି ୨୨୦୦ ଡଲାର ଡେଇଁଥିବା ରେକର୍ଡ ହୋଇଛି।
ଗୁରୁବାର ୨୪ କ୍ୟାରେଟ୍ ସୁନାର ଦାମ୍ ଏମ୍ସିଏକ୍ସରେ ୧୦ ଗ୍ରାମ ପିଛା ୬୬,୯୪୩ ଟଙ୍କା ଥିବା ରେକର୍ଡ କରାଯାଇଛି। ଆଜି କମୋଡିଟି ମାର୍କେଟ୍ ଖୋଲିବାର କିଛି ମିନିଟ୍ ମଧ୍ୟରେ ସୁନାର ଦାମ୍ ରେକର୍ଡ ସ୍ତର ଛୁଇଁଥିଲା। ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ୬୦, ୯୪୦ ଟଙ୍କା ରହିଛି।
Also Read
ଇଣ୍ଡିଆ ବୁଲିୟନ ଜୁଏଲର୍ସର ଓ୍ୱେବସାଇଟ୍ ମୁତାବକ, ଗତ ସପ୍ତାହରେ ୨୪ ଖାଣ୍ଟି ସୁନାର ଦାମ୍ ୧୦ ଗ୍ରାମ ପିଛା ୬୫,୭୯୫ ଟଙ୍କା ଥିଲା। ଏବେ କିନ୍ତୁ ଏଥିରେ ଏକା ଥରକେ ୧୧୪୩ ଟଙ୍କା ବୃଦ୍ଧି ପାଇଛି। ସେହିପରି ରୁପା ଦାମ୍ ଏକ କିଲୋଗ୍ରାମ ପିଛା ୭୬,୯୦୦ ଟଙ୍କା ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇ ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’, ଭୁବନେଶ୍ୱରରେ ସ୍ଥାପନ ହେବ ‘ଓମଫେଡ୍ ଭେଣ୍ଡିଂମେସିନ୍’
ଦୁଗ୍ଧ ଉତ୍ପାଦନ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ ‘ବିକଶିତ ଭାରତ’ର ସଂକଳ୍ପ ନେଇ ଆଜି ଓଡ଼ିଶାରେ ପ୍ରଥମଥର ପାଇଁ ‘ମନସୁନ୍ ମିଟ୍’ ଆୟୋଜିତ ହୋଇଛି । ଓମଫେଡର ନୂଆ ଗୋଲ୍ଡ ପ୍ଲସ୍
Business
ରେସ୍ତୋରାଁ ମାଲିକ ଅର୍ଥମନ୍ତ୍ରୀଙ୍କୁ କ୍ଷମା ମାଗିବାର ଭିଡିଓ ଭାଇରାଲ୍
ଭିଡିଓ ପୋଷ୍ଟକୁ ନେଇ ବିରୋଧୀ ବିଜେପିକୁ ଟାର୍ଗେଟ କରିବା ପରେ କ୍ଷମା ମାଗିଛନ୍ତି କେ ଆନ୍ନାମଲାଇ।
Business
ପିଆଜ କେଜି ୩୫ ଟଙ୍କା !
ଭୁବନେଶ୍ବର ବଜାରରେ ପିଆଜ ଦର କିଲୋ ପ୍ରତି 60 ଟଙ୍କା ଥିବାରୁ ଖାଉଟି ହନ୍ତସନ୍ତ ହେଉଥିଲେ ।
Business
କ୍ୟାନସର ମେଡିସନରୁ GST ହ୍ରାସ, ସ୍ୱାସ୍ଥ୍ୟ ବୀମା ପାଇଁ ଗଠନ ହେଲା ଜିଏମଓ
ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ୫୪ତମ ଜିଏସଟି ପରିଷଦ ବୈଠକ ବସିଥିଲା। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି।