ତୃତୀୟ ଦିନରେ ମିଳିଲା ୧.୭୦ ଲକ୍ଷ କୋଟିର ୧୮୦ଟି ନିବେଶ ପ୍ରତିଶ୍ରୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୁଧବାରଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ଦିନରେ ୧.୭୦ଲକ୍ଷ କୋଟି ଟଙ୍କାର ୧୮୦ଟି ପୁଞ୍ଜିନିବେଶ ପ୍ରସ୍ତାବର ପ୍ରତିଶ୍ରୁତି ଓଡ଼ିଶାକୁ ମିଳିଛି । ଚଳିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆଜିର ପ୍ରତିଶ୍ରୁତିକୁ ମିଶାଇ ମୋଟ ୮.୯୬ଲକ୍ଷ କୋଟି ଟଙ୍କାର ୩୨୫ଟି ପୁଞ୍ଜିନିବେଶ ପ୍ରସ୍ତାବ ଓଡ଼ିଶାକୁ ମିଳିସାରିଲାଣି । ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, କନକ୍ଲେଭର ତୃତୀୟ […]

Make In Odisha

Ordigital Desk
  • Published: Friday, 02 December 2022
  • , Updated: 03 December 2022, 09:49 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବୁଧବାରଠୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ଦିନରେ ୧.୭୦ଲକ୍ଷ କୋଟି ଟଙ୍କାର ୧୮୦ଟି ପୁଞ୍ଜିନିବେଶ ପ୍ରସ୍ତାବର ପ୍ରତିଶ୍ରୁତି ଓଡ଼ିଶାକୁ ମିଳିଛି । ଚଳିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଆଜିର ପ୍ରତିଶ୍ରୁତିକୁ ମିଶାଇ ମୋଟ ୮.୯୬ଲକ୍ଷ କୋଟି ଟଙ୍କାର ୩୨୫ଟି ପୁଞ୍ଜିନିବେଶ ପ୍ରସ୍ତାବ ଓଡ଼ିଶାକୁ ମିଳିସାରିଲାଣି ।

ଆଜି ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ, କନକ୍ଲେଭର ତୃତୀୟ ଦିନରେ ୧ଲକ୍ଷ ୭୦ହଜାର ୨୬୦କୋଟି ଟଙ୍କାର ୧୮୦ଟି ନିବେଶ ପ୍ରସ୍ତାବର ପ୍ରତିଶ୍ରୁତି ମିଳିଛି । ଯାହାକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଗତକାଲି ୭.୨୬ଲକ୍ଷ କୋଟି ଟଙ୍କାର ୧୪୫ଟି ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା । ଏହି ଦୁଇ ଦିନରେ ମିଳିଥିବା ମୋଟ ୩୨୫ଟି ପ୍ରସ୍ତାବ ମଧ୍ୟରେ ଇସ୍ପାତ ଓ ଖଣି କ୍ଷେତ୍ରରେ ୪୬ଟି, ଆଇଟି କ୍ଷେତ୍ରରେ ୨୪ଟି, ଶକ୍ତି ଓ ଅକ୍ଷୟଶକ୍ତି କ୍ଷେତ୍ରରେ ୨୨ଟି, କୃଷି ଓ ଖାଦ୍ୟ ପ୍ରକ୍ରିୟା କ୍ଷେତ୍ରରେ ୪୩ଟି, ଏଗ୍ରି ମାର୍କେଟ ଓ ବିଜିନେସ କ୍ଷେତ୍ରରେ ୧୫୦ଟି, କେମିକାଲ ଓ ପ୍ଲାଷ୍ଟିକ କ୍ଷେତ୍ରରେ ୧୭ଟି, ଟେକ୍ସଟାଇଲ ଓ ଗାର୍ମେଣ୍ଟ କ୍ଷେତ୍ରରେ ୯ଟି ପୁଞ୍ଜିନିବେଶ ପ୍ରସ୍ତାବ ଆଜିସୁଦ୍ଧା ରାଜ୍ୟ ସରକାରଙ୍କୁ ମିଳିଛି । ଏହା ଦ୍ୱାରା ରାଜ୍ୟରେ ୩ଲକ୍ଷ ୭୮ହଜାର ୪୪୬ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ବୋଲି ଜଣାପଡ଼ିଛି ।

ଚଳିତ ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ବର୍ତ୍ତମାନ ସୁଦ୍ଧା ୪ଟି ପ୍ରକଳ୍ପର ଶିଳ୍ପାନ୍ୟାସ ଓ ୪ଟି ପ୍ରକଳ୍ପର ଉଦଘାଟନ ହୋଇଛି । ଏଥରେ ମୋଟ ୪୪୨୩କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବାବେଳେ ୧୪୨୭୦ଜଣଙ୍କୁ କର୍ମସଂସ୍ଥାନ ମିଳିବ ।

Related story