Advertisment

ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ଦ୍ୱିତୀୟ ବିମାନ

ଆଜି ପ୍ରଥମ ଫ୍ଲାଇଟରେ ଭୁବନେଶ୍ୱରରୁ ୬ ଜଣ ଯାତ୍ରୀ ଜୟପୁର ଗସ୍ତ କରିଛନ୍ତି।

author-image
Tapaswini Nayak
flight

flight

ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିଲା ଦ୍ୱିତୀୟ ବିମାନ। ଭୁବନେଶ୍ୱରରୁ ସକାଳ ୭ଟା ୧୫ରେ ଛାଡ଼ିବା ପରେ ଜୟପୁରରେ ୮ଟା ୪୦ ମିନିଟରେ ପହଞ୍ଚିଛି ବିମାନ। ଏହାପରେ ୯ଟାରେ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି ବିମାନ। ସପ୍ତାହକୁ ଦୁଇ ଦିନ ସୋମବାର ଓ ଶୁକ୍ରବାର ଇଣ୍ଡିଆ ୱାନ୍ ପକ୍ଷରୁ ବିମାନ ଚଳାଚଳ କରିବ।

Advertisment

ଏହି ବିମାନ ସେବା ଦ୍ୱାରା କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ହୋଇପାରିବ ବୋଲି ଆଶା କରାଯାଉଛି। ଆଜି ପ୍ରଥମ ଫ୍ଲାଇଟରେ ଭୁବନେଶ୍ୱରରୁ ୬ ଜଣ ଯାତ୍ରୀ ଜୟପୁର ଗସ୍ତ କରିଛନ୍ତି। ସେହିପରି ଜୟପୁରରୁ ୮ ଜଣ ଯାତ୍ରୀ ଫ୍ଲାଇଟ୍ ଯୋଗେ ଭୁବନେଶ୍ୱର ଯାତ୍ରା କରିଛନ୍ତି।

ବଡ଼ ବିମାନ ଅବତରଣ ପାଇଁ ୨୫୦ କୋଟି ଟଙ୍କା ବଜେଟରେ ଏୟାରପୋର୍ଟ ନିର୍ମାଣ ଚାଲିଥିବା କହିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି।

Advertisment

ସୂଚନାଯୋଗ୍ୟ, ଗତବର୍ଷ ଆକ୍ଟୋବର ୩୧ ତାରିଖରେ କୋରାପୁଟ ଜିଲ୍ଲା ଜୟପୁରକୁ ପ୍ରଥମ ବିମାନ ସେବା ଆରମ୍ଭ ହୋଇଥିଲା। ଭୁବନେଶ୍ୱରରୁ ଜୟପୁରକୁ ଇଣ୍ଡିଆ ଓ୍ୱାନ୍ ଏୟାର ବିମାନ ଉଡ଼ିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ।

Bhubaneswar