Advertisment

ବିଶ୍ୱରେ ସବୁଠୁ ଦାମିକା ଏହି ଦୁଇ ସହର, ତୃତୀୟରେ ରହିଛି ନ୍ୟୁୟର୍କ

ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍(EIU) ପ୍ରକାଶ କରିଥିବା ରିପୋର୍ଟ ମୁତାବକ ଜେନେଭା ଓ ନ୍ୟୁୟର୍କ ରାଙ୍କିଙ୍ଗର ତୃତୀୟରେ ରହିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Singapore

Singapore

ଚଳିତ ବର୍ଷ ସିଙ୍ଗାପୁର ଏବଂ ଜୁରିଚ୍ ବିଶ୍ୱର ସବୁଠୁ ଦାମୀ ସହର ଭାବେ ପରିଗଣିତ ହୋଇଛନ୍ତି। ଏହି ସହରରେ ରହଣୀ ପାଇଁ ଲୋକଙ୍କୁ ସର୍ବାଧିକ ଖର୍ଚ୍ଚ କରିବାକୁ ପଡୁଛି। ଦାମୀ ସହର ତାଲିକାଲେ ଜେନେଭା, ନ୍ୟୁୟର୍କ ଏବଂ ହଂକଂ ମଧ୍ୟ ରହିଛି। ଆଜି ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ୍(EIU) ପ୍ରକାଶ କରିଥିବା ରିପୋର୍ଟରୁ ଏହା ଜଣାପଡିଛି। 

Advertisment

EIU ରିପୋର୍ଟ ମୁତାବକ, 200ରୁ ଅଧିକ ସାଧାରଣ ବ୍ୟବହୃତ ସାମଗ୍ରୀ ଏବଂ ସେବା ପାଇଁ ସ୍ଥାନୀୟ ମୁଦ୍ରା ସର୍ତ୍ତାବଳୀରେ ମୂଲ୍ୟ ବର୍ଷକୁ ହାରାହାରି 7.4% ବୃଦ୍ଧି ପାଇ ଗତ ବର୍ଷ ରେକର୍ଡ 8.1%ରେ ପହଞ୍ଚିଛି। ଏହି ମୂଲ୍ୟ ବୃଦ୍ଧି ବିଶେଷ କରି 2017-2021 ମଧ୍ୟରେ ଘଟିଚାଲିଛି।

ସେହିପରି ଅନେକ ସାମଗ୍ରୀର ମୂଲ୍ୟ ବୃଦ୍ଧି କାରଣରୁ ସିଙ୍ଗାପୁର ନବମ ଥର ପାଇଁ ରାଙ୍କିଙ୍ଗର ଶୀର୍ଷରେ ରହିଛି। କାର୍ ସଂଖ୍ୟା ବୃଦ୍ଧି ଉପରେ ସରକାର କଡା ନିୟନ୍ତ୍ରଣ ଆଣିବା ପରେ ସହରରେ ପରିବହନ ଖର୍ଚ୍ଚ ସବୁଠୁ ଅଧିକା ରହିଛି। ସେହିପରି ପୋଷାକ, ଖାଦ୍ୟ ସାମଗ୍ରୀ ଏବଂ ମଦ ଦର ଅନ୍ୟ ସହର ତୁଳନାରେ ସିଙ୍ଗାପୁରରେ ଆକାଶଛୁଆଁ।

Advertisment

ସେହିପରି ଜୁରିଚରେ ତଜରାତି, ଘରୋଇ ସାମଗ୍ରୀ ଏବଂ ମନୋରଞ୍ଜନ କ୍ଷେତ୍ରରେ ମୂଲ୍ୟ ବୃଦ୍ଧି ଘଟିଛି। ଜେନେଭା ଏବଂ ନ୍ୟୁୟର୍କ ମିଳିତ ଭାବେ ତୃତୀୟ ସ୍ଥାନରେ ଥିବାବେଳେ ହଂକଂ ପଞ୍ଚମ ଏବଂ ଲସ୍ ଆଞ୍ଜେଲସ୍ ଷଷ୍ଠ ସ୍ଥାନରେ ରହିଥିଲା।

ରିପୋର୍ଟରେ ଆହୁରି ମଧ୍ୟ ଦର୍ଶା ଯାଇଛି ଯେ, ଚଳିତ ବର୍ଷ ଅନ୍ୟ ଅଞ୍ଚଳ ତୁଳନାରେ ଏସିଆରେ ହାରାହାରି ମୂଲ୍ୟ ବୃଦ୍ଧି ଅପେକ୍ଷାକୃତ କମ୍ ରହିଛି। ଚୀନର ଚାରିଟି ସହର - ନାନଜିଙ୍ଗ, ୱକ୍ସି, ଡାଲିଆନ୍ ଏବଂ ବେଜିଂ ସହିତ ଜାପାନର ଓସାକା ଏବଂ ଟୋକିଓରେ ଦର ହ୍ରାସ ସହ ରାଙ୍କିଙ୍ଗର ତଳକୁ ଖସିଛନ୍ତି।