Advertisment

ବାହାଘର ପୂର୍ବରୁ କାନସିଲରଙ୍କ ଘରକୁ ୨୦୦ ରାଉଣ୍ଡ ଗୁଳିମାଡ଼

ଗୁଳିମାଡ଼ରେ ଘରର ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Fired

Fired

Advertisment

ତଥାକଥିତ ଡ୍ରଗ୍ଦ ବେପାରୀମାନେ ଆଜି ପଞ୍ଜାବର ଜଣେ କାଉନସିଲରଙ୍କ ଘରକୁ ଟାର୍ଗେଟ କରି ୨୦୦ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। କାଉନସିଲରଙ୍କ ଘରେ ବାହାଘର ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ଏପରି ଗୁଳିମାଡ଼ ହୋଇଛି।

Advertisment

ଗୁଳିମାଡ଼ ଯୋଗୁ ସବୁ କିଛି ଛିନଛତ୍ର ହୋଇଯାଇଛି। ବାହାଘର ଟେଣ୍ଟ ଠାରୁ ଆରମ୍ଭ କରି ଘରେ ଥିବା ଗାଡ଼ି ଓ ମୁଖ୍ୟ ଫାଟକରେ ଗୁଳିମାଡ଼ର ଦାଗ ସବୁ ରହିଛି। ପଞ୍ଜାବର ଫିରୋଜପୁରର ଜିରା ଜିଲ୍ଲାରେ ଏପରି ଘଟଣା ଘଟିଛି।

ଗୁଳିମାଡ଼ରେ ଘରର ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କାଉନସିଲରଙ୍କ ପରିବାର ଲୋକଙ୍କ କହିବା କଥା ଯେ ତାଙ୍କ ପଡ଼ୋଶୀ ଓ ଆଖପାଖ ଅଞ୍ଚଳର କିଛି ଲୋକ ନିଶା କାରବାର କରନ୍ତି।

Advertisment

କାଉନସିଲରଙ୍କ ଘର ଲୋକ ଏହାକୁ ବନ୍ଦ କରିବାକୁ ଚାହୁଁଥିଲେ। ଏଥିପାଇଁ ପରିବାର ଲୋକଙ୍କୁ ବାରମ୍ବାର ଧମକ ମଧ୍ୟ ମିଳୁଥିଲା। ଘର ଉପରକୁ ଗୁଳିମାଡ଼ କରିବା ସହ ଡ୍ରଗ୍ସ ବେପାରୀମାନେ କାନସିଲରଙ୍କ ପରିବାର ଲୋକଙ୍କୁ ପ୍ରବଳ ମାଡ଼ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ତେଣୁ ସେମାନେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଅତିରିକ୍ତ ଡଜିପି ପ୍ରବୀଣ କୁମାର ସିହ୍ନା କହିଛନ୍ତି, “ଆମ ନଜରକୁ ଘଟଣା ଆସିଛି। ତଦନ୍ତ ଆରମ୍ଭ ହୋଇଛି ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଗୁଳିମାଡ଼ରେ ଘରର ମୁଖ୍ୟ ଫାଟକ ଭାଙ୍ଗି ଯାଇଥିବା ବେଳେ ଗୋଟିଏ ଗାଡ଼ି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ସେହିପରି କାନ୍ଥରେ ଗୁଳିମାଡ଼ ହେବାରୁ ଏହା ମଧ୍ୟ ଭୁଶୁଡ଼ି ପଡ଼ିଛି।

Punjab Shooting
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe