ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ୩ କ୍ଷେତ୍ର ବନ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏଥିସହ ଦୁଇ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସରକାରଙ୍କୁ ସୁପାରିସ କରିଛି।
ଅନ୍ୟପକ୍ଷରେ ବିଦ୍ୟୁତ ତାର ବିଛାଇ ବାରହା ଶିକାର କରିବା ଅଭିଯୋଗରେ ଚିହ୍ନଟ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି। ସଂପୃକ୍ତ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ସହାୟତାରେ ଖୋଜୁଛି ବନ ବିଭାଗ।
ଗତକାଲି ସମ୍ବଲପୁର ନାକଟିଦେଉଳ ରେଂଜ ବୁରମାଲ ଜଙ୍ଗଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ ଏହି ୩ ହାତୀଙ୍କ ଜୀବନ ଯାଇଥିବାପିସିସିଏଫ୍ ସୁଶାନ୍ତ ନନ୍ଦ କହିଥିଲେ। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପିଇଓଙ୍କଠାରୁ ୮ ଲକ୍ଷରୁ ଊର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଲୁଟ୍
ଲୁଟେରାମାନେ ଫେରାର ମାରିବା ପୂର୍ବରୁ ପିଇଓ ଅର୍ଜୁନ ପାତ୍ରଙ୍କ ବାଇକକୁ ରାସ୍ତା ତଳକୁ ଏକ ଜମି ମଧ୍ୟକୁ ଠେଲି ଦେଇଥିଲେ। ତା’ ସହିତ ସେମାନେ ତାଙ୍କ ମୋବାଇଲ ଫୋନ୍କୁ ଫୋପାଡ଼ି ଦେଇଥିଲେ।

Crime
ମଣ୍ଡିରେ ଅନିୟମିତତା: ୨ ଅଧିକାରୀ ନିଲମ୍ବିତ
ଏହି ଦୁଇ କର୍ମଚାରୀ ମଣ୍ଡି ପରିଚାଳନା ଦାୟିତ୍ୱରେ ଥାଇ ମଧ୍ୟ କାର୍ଯ୍ୟରେ ଅବହେଳା କରି ଆସୁଥିଲେ ବୋଲି ଅଭିଯୋଗ ହୋଇଆସୁଥିଲା।

Crime
ନର୍କ ଯନ୍ତ୍ରଣାରୁ କେମିତି ମୁକୁଳିଲେ ନାବାଳିକା? ଫଟୋରୁ ଫିଟିଲା ଗୁମର
ଏକାଦଶ ଶ୍ରେଣୀରେ ପଢ଼ୁଥିବା ନାବାଳିକାଙ୍କୁ ଅପହରଣ କରି ନିଆଯିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଏପଟେ ଝିଅକୁ ନ ପାଇ ପରିବାର ଲୋକ ପୁଲିସ୍ର ଦ୍ୱାରସ୍ଥ ହେବାରେ ଲାଗିଥିଲେ।

Crime
ରାଗିଂର ଭୟଙ୍କର ଚିତ୍ର: ଗୁପ୍ତାଙ୍ଗରେ ଝୁଲାଉଥିଲେ ଡମ୍ବେଲ୍ସ, ଉଲଗ୍ନ କରି ମାରୁଥିଲେ ମାଡ଼
ଜୁନୟର ଛାତ୍ରଙ୍କୁ କିଛି ସିନିୟର ରାଗିଂ କରିବା ଉଦ୍ଦେଶ୍ୟରେ ସଂପୂର୍ଣ୍ଣ ଉଲଗ୍ନ କରିଛନ୍ତି। ସେମାନଙ୍କ ଗୁପ୍ତାଙ୍ଗରେ ଓଜନ ଦାର ଡମ୍ବେଲ୍ସକୁ ବାନ୍ଧି ଝୁଲାଇଛନ୍ତି। ଜେମୋଟ୍ରୀ ବକ୍ସ କମ୍ପାସରେ ସେମାନଙ୍କୁ ଆଘାତ ଦେବା ସହ ପ୍ରବଳ ମାଡ଼ ମାରିଛନ୍ତି।

Crime
ମଲା ଯାଏ କାହିଁକି ଜେଲ୍ରେ ରହିବେ ‘ଲଭ୍ ଗୁରୁ’?
ତ୍ରିବେଦୀ ପୂର୍ବରୁ ମଧ୍ୟ ୨ ଜଣ ଛାତ୍ରୀଙ୍କୁ ନିଜ ସହ ଭଗେଇ ନେଇଯିବା ସହ ଦୁଷ୍କର୍ମ କରିଥିଲେ। ସେ ଜଣେ ନିୟମିତ ଅପରାଧୀ ହୋଇଥିବାରୁ ଗୁଜରାଟର ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ମଲା ଯାଏ ଜେଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।