Advertisment

ବିଜେଡି କର୍ମୀଙ୍କ ଆକ୍ରମଣରେ ୫ ବିଜେପି କର୍ମୀ ଗୁରୁତର

ରାଜ୍ୟରେ ବିଜେପି ସରକାରର ମନ୍ତ୍ରିମଣ୍ଡଳ ଗଠନ କରାଯିବା ଖୁସିରେ ବାଣ ଫୁଟାଉଥିଲେ ବିଜେପି କର୍ମୀ। ଏହି ସମୟରେ ଆସି ଆକ୍ରମଣ କଲେ ବିଜେଡି କର୍ମୀ।

author-image
Tapaswini Nayak
ଅଦ୍ୟତନ ହୋଇଛି
BJP Worker

BJP Worker

ବିଜେଡି କର୍ମୀଙ୍କ ଆକ୍ରମଣରେ ୫ ଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଧନୁର୍ଜୟପୁର ଗାଁରେ। ଆହତମାନଙ୍କୁ ଆଗରପଡା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଆହତ ବିଜେପି କର୍ମୀମାନେ ହେଲେ ବିଶ୍ୱଜିତ ରାଉତ, ନାରାୟଣ ସାମଲ, ଅଶୋକ ଜେନା, ଗାଙ୍ଗୁଲି ବିରୁଆ ଓ ଦୁର୍ଯ୍ୟୋଧନ ସାମଲ। ବିଶ୍ୱଜିତଙ୍କ ହାତ, ମୁଣ୍ଡ, ପିଠିରେ ଗଭୀର କ୍ଷତ ହୋଇଥିବା ବେଳେ ଗାଙ୍ଗୁଲିଙ୍କ ମୁଣ୍ଡ ଓ ପିଠି, ଅଶୋକଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ସେହିପରି ଦୁର୍ଯ୍ୟୋଧନଙ୍କ ଶରୀରରେ ଧନୁତୀର ପଶିଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

ରାଜ୍ୟରେ ବିଜେପି ସରକାରର ମନ୍ତିମଣ୍ଡଳ ଗଠନ କରାଯିବା ଖୁସିରେ ଧନୁର୍ଜୟପୁର ଠାରେ ବିଜେପି କର୍ମୀମାନେ ବାଣ ଫୁଟାଇ ଖୁସି ମନାଉଥିଲେ। ଏହି ସମୟରେ ବିଜେଡିର କିଛି ସମର୍ଥକମାନେ ପହଞ୍ଚି ବାରଣ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ପରେ ବିଜେଡି କର୍ମୀମାନେ କତା ଓ ଧନୁତୀରରେ ବିଜେପି କର୍ମୀଙ୍କୁ ଆକ୍ରମଣ କରିଥିଲେ। ଆହତମାନଙ୍କୁ ପ୍ରଥମେ ଆଗରପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment
BjD Bjp Kendujhar