Advertisment

ବେଙ୍ଗଲ ଭାଇରାଲ ଭିଡିଓ: ୫ ଜଣଙ୍କୁ ବାନ୍ଧିଲା ପୁଲିସ୍‌

୩ରୁ ୪ ଦିନ ତଳେ ମାଲଦାର ପକୌହାଟ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ପ୍ରଥମେ ଦୁଇ ଜଣ ମହିଳାଙ୍କୁ ଚୋରି କରୁଥିବା ଅଭିଯୋଗରେ କିଛି ଲୋକ ଧରିଥିଲେ। ଏହାପରେ ସେମାନଙ୍କୁ ବିଚ୍‌ ରାସ୍ତାରେ ନିର୍ଯାତନା ଦିଆଯାଇଥିଲା।

author-image
Hemant Lenka
WB

WB

ପଶ୍ଚିମବଙ୍ଗରୁ ଆସିଥିବା ଭାଇରାଲ ତଥା ବିଚଳିତ କଲା ଭିଡିଓ ଘଟଣାରେ ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି। ମାଲଦାରୁ ଆସିଥିବା ଏହି ଭିଡିଓରେ ଦୁଇ ଜଣ ମହିଳାଙ୍କୁ କିଛି ଲୋକ ଘୋଡ଼ାଇ ଘୋଡ଼ାଇ ପିଟିବା ସହ ସେମାନଙ୍କୁ ଅର୍ଦ୍ଧନଗ୍ନ ଅବସ୍ଥାରେ ରାସ୍ତାରେ ବୁଲାଇଥିବା ଦେଖିବାକୁ ମିଳିଛି। ଏହି ଦୁଇ ମହିଳାଙ୍କୁ ସ୍ଥାନୀୟ ଦୋକାନୀମାନେ ଚୋର ବୋଲି ସନ୍ଦେହ କରି ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି।

Advertisment

କୁହାଯାଉଛି ଯେ ୩ରୁ ୪ ଦିନ ତଳେ ମାଲଦାର ପକୌହାଟ ଅଞ୍ଚଳରେ ଏହି ଘଟଣା ଘଟିଥିଲା। ପ୍ରଥମେ ଦୁଇ ଜଣ ମହିଳାଙ୍କୁ ଚୋରି କରୁଥିବା ଅଭିଯୋଗରେ କିଛି ଲୋକ ଧରିଥିଲେ। ଏହାପରେ ସେମାନଙ୍କୁ ବିଚ୍‌ ରାସ୍ତାରେ ନିର୍ଯାତନା ଦିଆଯାଇଥିଲା।

ଭିଡିଓରେ କିଛି ମହିଳା ହିଁ ଧରା ପଡ଼ିଥିବା ଯୋଡ଼ିଙ୍କୁ ମାଡ଼ ମାରୁଥିବା ଦୃଶ୍ୟ ରହିଥିଲା। ଏହାକୁ ନେଇ କୌଣସି ପ୍ରକାରର ଅଭିଯୋଗ କେହି କରି ନଥିଲେ। ତେବେ ଭିଡିଓ ସାମ୍ନାକୁ ଆସିବା ପରେ ମାଲଦା ପୁଲିସ୍‌ ନିଜ ଆଡ଼ୁ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଏଥିସହ ଆଜି ୫ ଜଣଙ୍କୁ ଗିରଫ ମଧ୍ୟ କରିଛି।

Advertisment

ପ୍ରାଥମିକ ତଦନ୍ତକୁ ପୁଲିସ୍‌ ଜାଣିବାକୁ ପାଇଛି ଯେ ଚୋରି କରିବା ବେଳେ ଦୁଇ ମହିଳା ରଙ୍ଗେହାତ ଧରାପଡ଼ିଥିଲେ। ଏହାପରେ ହିଁ ସ୍ଥାନୀୟ ମହିଳା ଦୋକାନୀମାନେ ଉଭୟଙ୍କୁ ପ୍ରବଳ ପିଟିଥିଲେ।

ପଶ୍ଚିମବଙ୍ଗ ପୁଲିସ୍‌ କହିଛି, “ମାଡ଼ ଖାଇବା ପରେ ଦୁଇ ମହିଳା ଉକ୍ତ ଅଞ୍ଚଳ ଛାଡ଼ି ଚାଲି ଯାଇଥିଲେ। ସେମାନେ କୌଣସି ପ୍ରକାରର ଅଭିଯୋଗ କରି ନଥିଲେ। ସେହିପରି ସ୍ଥାନୀୟ ଦୋକାନୀମାନେ ମଧ୍ୟ ଚୋରି ସମ୍ପର୍କରେ କିଛି ବି ପୁଲିସ୍‌କୁ କହି ନଥିଲେ। ପୁଲିସ୍‌ ନିଜ ଆଡ଼ୁ ଘଟଣାର ଯାଞ୍ଚ କରି ୫ ଜଣଙ୍କୁ ଗିରଫ କରିଛି।”

West Bengal