ବୋମାମାଡ଼ କରି ଗୋରୁ ବେପାରୀଙ୍କଠାରୁ ଲୁଟିନେଲେ ୧୪ ଲକ୍ଷ ଟଙ୍କା ଓ ବୋଲେରୋ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ସାପ୍ତାହିକ ହାଟରେ। ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି।
ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳରୁ କିଛି ଗୋରୁ ବେପାରୀ ଏକ ବୋଲେରୋ ଯୋଗେ ଜିରାଳ ସାପ୍ତାହିକ ହାଟକୁ ଆସିଥିଲେ। ସାପ୍ତାହିକ ହାଟରେ ଗାଡ଼ି ରଖି ଗୋରୁ ବେପାରୀମାନେ ହାଟକୁ ଯାଇଥିଲେ। ଗାଡ଼ିରେ ଜଣେ ବୃଦ୍ଧ ଓ ଡ୍ରାଇଭର ଥିଲେ। ଏହି ସମୟରେ ୫ଜଣ ଦୁର୍ବୁତ୍ତ ୩ଟି ବାଇକରେ ଆସି ବୋଲେରୋ ନିକଟରେ ପ୍ରଥମେ ୨ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ।
Also Read
ପରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ। ପରେ ଗାଡ଼ିରେ ଥିବା ୧୪ ଲକ୍ଷ ଟଙ୍କା ଓ ବୋଲେରୋ ନେଇ ଦୁର୍ବୁତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଗୋରୁ ବେପାରୀମାନେ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
କିଟ୍ଟୀ ପାର୍ଟି କରି କୋଟି କୋଟି ଟଙ୍କାର ଠକେଇ, ମହିଳାଙ୍କୁ ବାନ୍ଧିଲା ପୁଲିସ
ସବିତାଙ୍କ ଚିକ୍କଣ କଥାରେ ଭାସି ଯାଇ ଲକ୍ଷ ଲକ୍ଷ ଟଙ୍କା ଦେଇ କାନ୍ଦୁଛନ୍ତି ୨୦ରୁ ଅଧିକ ମହିଳା।

National
ଗର୍ଲଫ୍ରେଣ୍ଡଙ୍କୁ ରୁମ୍ରେ ବନ୍ଦ କରି ଝୁଲିପଡ଼ିଲେ
ପୁଲିସ କହିଛି, ଯୁବତୀ ଜଣଙ୍କ ଏମର୍ଜେନ୍ସୀ କଲ୍ କରିଥିଲେ। ଆମେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଯୁବକ ଜଣଙ୍କୁ ଆମେ ଝୁଲନ୍ତା ଅବସ୍ଥାରେ ପାଇଥିଲୁ। ଯୁବତୀଙ୍କୁ ରକ୍ତାକ୍ତ ଅବସ୍ଥାରେ ବନ୍ଦ କଠୋରୀରୁ ଉଦ୍ଧାର କରିଥିଲୁ।

National
ଘରେ ଖାଇବେ ବୋଲି ମା’ଙ୍କୁ ଫୋନ୍ କରି କହିଲେ ଡାକ୍ତର, କିନ୍ତୁ ସମୁଦ୍ରକୁ ଡେଇଁ ପଡ଼ିଲେ
ଡାକ୍ତରଙ୍କ ପତ୍ତା ମିଳିନଥିବା ବେଳେ ସେ ପ୍ରାୟ ମାସେ ହେଲା ମାନସିକ ଚାପରେ ରହୁଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

National
ସ୍ତ୍ରୀ ମରିବା ପର୍ଯ୍ୟନ୍ତ ତଣ୍ଟିରେ ଛିଡ଼ା ହେଲେ ସ୍ୱାମୀ
ଉଭୟ ସ୍ୱାମୀସ୍ତ୍ରୀ ବିଟେକ୍ କରି ବେଙ୍ଗାଲୁରୁରେ ଚାକିରି କରୁଥିଲେ।

Crime
ଭୂତ ଛଡ଼ାଇବା ନାଁରେ ମହିଳାଙ୍କୁ ପିଟିପିଟି ମାରିଦେଲେ, ଗୁଣିଆକୁ ଡାକିଥିଲା ପୁଅ
ମହିଳାଙ୍କୁ ହତ୍ୟା କରାଯିବା ଘଟଣାରେ ତାଙ୍କ ପୁଅ, ଗୁଣିଗାରେଡି କରି ଭୂତ ଛଡ଼ାଉଥିବାର ଦାବି କରୁଥିବା ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଛି।