/odisha-reporter/media/post_attachments/uploadimage/library/16_9/16_9_0/1_1706720054.jpg)
Murder, Death
ଦିକକନକୁ ଦିନ ହିଂସ୍ର ହେଉଛନ୍ତି ନାବାଳକ। ଜଘନ୍ୟ କାଣ୍ଡ ଘଟାଉଛନ୍ତି ବାଳ ଅପରାଧୀ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ମଙ୍ଗଳବାର (ଗତକାଲି) ଜଣେ ଯୁକ୍ତ ୩ ଛାତ୍ରକୁ ୧୭ ବର୍ଷର ନାବାଳକ ଛୁରି ଭୁସି ହତ୍ୟା କରିବା ପରେ ଏକଥା ସତ ପ୍ରମାଣିତ ହୋଇଛି। ବଡ଼ କଥା ହେଉଛି, ବାଳ ସୁଧାର ଗୃହରୁ ଫେରିବା ପରେ ନାବାଳକ ଜଣକ ଏହି ହତ୍ୟାକାଣ୍ଡ ଘଟାଇଛି।
ଜଘନ୍ୟ କାଣ୍ଡ ଘଟାଉଛନ୍ତି ବାଳ ଅପରାଧୀ। କିଶୋରଙ୍କ ମଧ୍ୟରେ ବଢୁଛି ହିଂସ୍ର ମାନସିକତା। ଯାହାର ସଦ୍ୟତମ ଉଦାହଣ, ଗଞ୍ଜାମ ଖଲ୍ଲିକୋଟ ଥାନା କୈରାଶି ଗାଁରେ ଗତକାଲି ଘଟିଥିବା ହତ୍ୟାକାଣ୍ଡ। ଏଠାରେ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ରାଜେଶ ଦାସଙ୍କୁ ସେହି ଗାଁର ଜଣେ ୧୭ ବର୍ଷୀୟ ବାଳକ ଛୁରି ଭୁଷି ହତ୍ୟା କରିଛି। ମୃତ ରାଜେଶ, ନିଜ ରୋଗୀଣା ମାଆଙ୍କ ପାଇଁ ମେଡିସିନ୍ ଆଣିବାକୁ ଯାଉଥିବା ବେଳେ ତାକୁ ନାବାଳକ ଜଣକ, ଅତି ନିର୍ମମ ଭାବେ ଛୁରି ଭୁଷି ହତ୍ୟା କରିଥିଲା। ଯାହା ସାରା ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
୬ ମାସ ତଳେ କ୍ରିକେଟ୍ ଖେଳକୁ ନେଇ ଗାଁରେ ହୋଇଥିବା ଗଣ୍ଡଗୋଳରୁ ପ୍ରତିଶୋଧ ପରାୟଣ ହୋଇ ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ସୂଚନା ଅନୁସାରେ କ୍ରିକେଟ୍ ଖେଳ ବେଳେ ଗାଁର ୫ ଜଣ ନାବାଳକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଜଣେ ନାବାଳକକୁ ୪ ଜଣ ମିଶି ୱିକେଟ ଓ ହକି ଷ୍ଟିକ୍ ରେ ମାଡ଼ ମାରିଥିଲେ। ଆଉ ମାଡ ମାରିବାର ଭିଡିଓ ବି ଭାଇରାଲ କରିଥିଲେ। ମାଡ଼ ଖାଇଥିବା ନାବାଳକଙ୍କ ଏତଲା ପରେ ୪ ବାଳ ଅପରାଧୀଙ୍କୁ ସୁଧାର ଗୃହକୁ ପଠାଯାଇଥିଲା। ସୁଧାର ଗୃହରୁ ଫେରିବା ପରେ ପୁଣିଥରେ ୫ ଜଣଙ୍କ ମଧ୍ୟରେ ପିଟାପିଟି ହୋଇଥିଲା। ଏହାପରେ ସଂପୃକ୍ତ ନାବାଳକକୁ ପୁଲିସ ଜୁଭେନାଇଲ୍ ହୋମ୍ କୁ ପଠାଇଥିଲା। ମାସେ ତଳେ ସୁଧାର ଗୃହରୁ ଫେରିବା ପରେ ସେତେବେଳେ ମାଡ଼ ଖାଇଥିବା ଛାତ୍ର ଜଣକ, ପ୍ରତିଶୋଧ ନେବାକୁ ଯାଇ ଗତକାଲି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୁଲିସ କହିଛି।
ତେବେ କାହିଁକି ପ୍ରତିଶୋଧ ପରାୟଣ ହେଉଛନ୍ତି ଟିନ୍ ଏଜ୍ ପିଲା? କାହିଁକି ସେମାନଙ୍କ ମଧ୍ୟରେ ବଢୁଛି ହିଂସ୍ର ମାନସିକତା। ସୁଦୀପ୍ତା ପାଣିଗ୍ରାହୀ ମନସ୍ତତ୍ତ୍ୱବିତ୍ଙ୍କ କହିବା କଥା, ସେମାନଙ୍କୁ କାଉନସେଲିଂର ଅଭାବ ରହୁଛି। ତାସହ ସୁଧାର ଗୃହରେ ରହିବା ବେଳେ ସେମାନଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆଣିବା ଲାଗି ଚେଷ୍ଟା କରାଯିବ ଦରକାର।
NCRB ତଥ୍ୟ କହୁଛି, ୨୦୨୧ରେ ସାରା ଦେଶରେ ୩୧ ହଜାର ୧୭୦ ଅପରାଧିକ ମାମଲାରେ ଥିଲା ନାବାଳକଙ୍କ ସଂପୃକ୍ତି। ୨୦୨୨ରେ ଏହା ୨ ପ୍ରତିଶତ କମି ୩୦ ହଜାର ୫୫୫ରେ ପହଞ୍ଚିଥିଲା। ଗିରଫ ହୋଇଥିଲେ ୩୭ ହଜାର ୭୮୦ ଜଣ ବାଳ ଅପରାଧୀ। ୨୦୨୨ରେ ଜୁଭେନାଇଲ୍ ହିଂସାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ଥିବାବେଳେ ଓଡ଼ିଶା ଦଶମ ସ୍ଥାନରେ ଥିଲା। ଛୋଟ ବୟସରେ ବଡ଼ ଅପରାଧ ଦିକକନକୁ ଦିନ ହିଂସ୍ର ହେଉଛନ୍ତି ନାବାଳକ। ଜଘନ୍ୟ କାଣ୍ଡ ଘଟାଉଛନ୍ତି ବାଳ ଅପରାଧୀ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ମଙ୍ଗଳବାର (ଗତକାଲି) ଜଣେ ଯୁକ୍ତ ୩ ଛାତ୍ରକୁ ୧୭ ବର୍ଷର ନାବାଳକ ଛୁରି ଭୁସି ହତ୍ୟା କରିବା ପରେ ଏକଥା ସତ ପ୍ରମାଣିତ ହୋଇଛି। ବଡ଼ କଥା ହେଉଛି, ବାଳ ସୁଧାର ଗୃହରୁ ଫେରିବା ପରେ ନାବାଳକ ଜଣକ ଏହି ହତ୍ୟାକାଣ୍ଡ ଘଟାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
