ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ମରୁଆବିଲି ପଞ୍ଚାୟତ ବଳଦିଆପାଳ ଗ୍ରାମରୁ ଆସିଛି ଏକ ଦୁଃଖଦ ଖବର। ଖେଳୁଥିଲା ବେଳେ କୂଅରେ ପଡ଼ି ଚାଲିଗଲା ପାଞ୍ଚ ବର୍ଷର ଶିଶୁର ଜୀବନ।
ମୃତ ଶିଶୁ ହେଲେ ବଳଦିଆପାଳ ଗ୍ରାମର ବିଷକେତନ ମହାନ୍ତିଙ୍କ ପୁଅ ବାପୁନି ମହାନ୍ତି। ବାପୁନି ଆଜି ସ୍କୁଲରୁ ଫେରି ବାହାରେ ଖେଳୁଥିଲେ।
Also Read
ପରେ ପରିବାର ଲୋକ ଖାଇବା ପାଇଁ ତାଙ୍କୁ ଡାକ ପକାଇଥିଲେ। ହେଲେ ସେ ଆସି ନଥିଲେ। ଘର ବାହାରେ ବାପୁନିଙ୍କୁ ନପାଇ ପରିବାର ଲୋକେ ଆଖପାଖରେ ଖୋଜାଖୋଜି କରିଥିଲେ। କିନ୍ତୁ ପାଇ ନଥିଲେ। ପରେ ଘର ସାମ୍ନାରେ ଥିବା କୂଅରେ ବାପୁନି ଭାସୁଥିବା ସେମାନେ ଦେଖିଥିଲେ।
ବାପୁନିଙ୍କୁ କୂଅରୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲକୁ ନେଇ ଯାଇଥିଲେ ପରିବାର ଲୋକ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ପୂରା ଦରକାର, ଅଧାରେ କାମ ହେବନି; ଦ୍ୱିତୀୟ କିସ୍ତି ଲାଞ୍ଚ ନେବା ବେଳେ ଧରାପଡ଼ିଲେ
ଶ୍ରୀ ସିଂହଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।

Crime
କଟକରେ ବନ୍ଧୁକ ଦେଖାଇ ଚେନ୍ ଲୁଟ୍ ଉଦ୍ୟମ, ଦୁଇ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ ଧରିଲେ ଲୋକେ
ଗୋଟିଏ ସ୍ଥାନରେ ଚେନ୍ ଝାମ୍ପି ନେବାରେ ସଫଳ ହେବା ପରେ ଅନ୍ୟ ସ୍ଥାନରେ ଲୁଟ୍ ଉଦ୍ୟମ କରି ଧରାପଡ଼ିଲେ।

Crime
ଅପହରଣ ପରେ ଚଳନ୍ତା ବୋଲେରୋରେ ମହିଳାଙ୍କୁ ୭ ଜଣ କଲେ ଗଣ ଦୁଷ୍କର୍ମ
ପୂରା ଘଟଣା ଏପ୍ରିଲ ୨୪ ତାରିଖ ରାତିରେ ଆରମ୍ଭ ହୋଇଥିଲା। ମହିଳା ଜଣଙ୍କ ଘର ବାହାରେ ଛିଡ଼ା ହୋଇଥିବା ବେଳେ ୩ ଜଣ ବ୍ୟକ୍ତି ତାଙ୍କୁ ବଳପୂର୍ବକ ଗୋଟିଏ ବୋଲେରୋ ଗାଡ଼ିରେ ଉଠାଇ ନେଇଥିଲେ।

Crime
ଭୟଙ୍କର: ୯ମ ଶ୍ରେଣୀ ଛାତ୍ରୀଙ୍କୁ ୪ ନାବାଳକଙ୍କ ଗଣଦୁଷ୍କର୍ମ!
୪ ନାବାଳକ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କ ସହ ଏଭଳି ଜଘନ୍ୟକାଣ୍ଡ ଘଟାଇବା ସମସ୍ତଙ୍କୁ ଚକିତ କରିଛି।

Crime
ଗ୍ୟାଙ୍ଗଷ୍ଟର ବିକଲୁ ଶିବୁଙ୍କୁ ନିର୍ମମ ଭାବେ ହତ୍ୟା, FIRରେ ବିଜେପି ବିଧାୟକଙ୍କ ନାଁ
ସେମାନଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଶିବୁଙ୍କ ମୁଣ୍ଡ ପୂରା ଛେତେରା ହୋଇ ଯାଇଥିଲା। ତାଙ୍କ ମୁହଁ ମଧ୍ୟ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିଲା।