ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଲୁକାପାଲି ସ୍ଥିତ ଏକ ଘରୁ ଜଣେ କନିଷ୍ଠ କିରାଣିଙ୍କ ମୃତଦେହ ମିଳିଛି। ତାଙ୍କ ନାଁ କ୍ଷୀରୋଦ ବଳ। ସେ ନାକଟିଦେଉଳ ତହସିଲ ଅଫିସରେ କାର୍ଯ୍ୟ କରୁଥିଲେ।
Also Read
କ୍ଷୀରୋଦଙ୍କ ପରିବାର ଲୋକେ ସମ୍ବଲପୁରରେ ରହୁଥିଲେ। ସେ ଲୁକାପାଲିରେ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା। ସେ ଖଟ ଉପରେ ମୁହଁମାଡ଼ି ପଡ଼ିଥିବା ବେଳେ ତାଙ୍କ ଶରୀରର ନିମ୍ନଭାଗ ତଳେ ରହିଥିଲା। ପାଖରେ ଏକ ଷ୍ଟାଣ୍ଡ ଫ୍ୟାନ୍ ଭାଙ୍ଗିରୁଜି ପଡ଼ିଥିଲା।
ସେ ଏମିତି ପଡ଼ିଥିବା ଦେଖି ପାଖ ଘର ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ସ୍ଥିତି ଯାଞ୍ଚ କରିଛି। କ୍ଷୀରୋଦଙ୍କ ମୃତ୍ୟୁ କେମିତି ହୋଇଛି, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କରାଣ ଜଣାପଡ଼ିବ।
ରିପୋର୍ଟ- ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ନିଆଁ ଲାଗି ମହିଳା ଗୁରୁତର
ବିଦ୍ୟୁତଲତାଙ୍କ ଦେହରେ କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇପାରିନି। ଏହି ଘଟଣା ବେଳେ ଘରେ ତାଙ୍କ ସ୍ୱାମୀ, ଝିଅ ଓ ନାତି ଥିଲେ।

Crime
ଜଙ୍ଗଲରୁ ୨ ନିଖୋଜ ନାବାଳକ ଭାଇଙ୍କ ତଣ୍ଟି କଟା ମୃତଦେହ ମିଳିବା ପରେ ହଇଚଇ
ଦୁଇ ଭାଇଙ୍କ ଗଳାକୁ ସମାନ ଶୈଳୀରେ କଟା ଯାଇଥିବା ବେଳେ ସେମାନଙ୍କ ମୃତଦେହ ଘର ଠାରୁ ୧୩ କିମି ଦୂର ଜଙ୍ଗଲରୁ ବୁଧବାର ଦିନ ମିଳିଥିଲା।

Crime
ବିବାହର ମିଛ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ, ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
ଛାତ୍ରୀଙ୍କଠାରୁ ଅଭିଯୋଗ ପାଇବା ପରେ ସମ୍ବଲପୁର ମହିଳା ଥାନା ପୁଲିସ୍ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ବୁଢ଼ାରାଜାର ପ୍ରଫେସର କଲୋନୀ ସ୍ଥିତ ତାଙ୍କ ଘରୁ ଗିରଫ କରି କୋର୍ଟ ଚାଲାଣ କରିଛି।

Crime
ଭୟ ନାହିଁ! ହସ୍ପିଟାଲରେ ବନ୍ଧୁକ ଧରି ପଶିଲେ, ରୋଗୀଙ୍କୁ ଗୁଳି କରି ମାରିଦେଲେ
୫ ଜଣ ଯୁବକ ବେଧଡ଼କ ଅନ୍ଦାଜରେ ହାତରେ ବନ୍ଧୁକ ଧରି ହସ୍ପିଟାଲରେ ପ୍ରବେଶ କରିବା ସହ ସେଠାରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ବନ୍ଧୁକ ଧରି ହସ୍ପିଟାଲରେ ପ୍ରବେଶ କରୁଥିବା ଯୁବକମାନଙ୍କ ମୁହଁରେ ଭୟର କୌଣସି ଚିହ୍ନବର୍ଣ୍ଣ ନଥିବା ସିସିଟିଭି ଫୁଟେଜରୁ ଜଳଜଳ ହୋଇ ଦେଖିବାକୁ ମିଳିଛି।

Crime
ଘରକୁ ଫେରୁଥିବା ୧୦ ବର୍ଷୀୟ ଝିଅକୁ ଅପହରଣ ପରେ ଯୌନ ନିର୍ଯାତନା
ସିସିଟିଭିରୁ ଜଣାପଡ଼ିଛି ଯେ ନାବାଳିକା ଜଣଙ୍କ ରାସ୍ତାରେ ଚାଲି ଚାଲି ଆସୁଥିବା ବେଳେ ଜଣେ ବ୍ୟକ୍ତି ହଠାତ୍ ତାଙ୍କ ପାଖରେ ପହଞ୍ଚିଥିଲା। ନାବାଳିକା କିଛି ବୁଝିବା ଆଗରୁ ବ୍ୟକ୍ତି ଜଣକ ତାଙ୍କ ମୁହଁକୁ ବନ୍ଦ କରି ରାସ୍ତାରୁ ଉଠାଇ ନେଇଥିଲା।