Advertisment

ଭଡ଼ା ଘରୁ ମିଳିଲା କନିଷ୍ଠ କିରାଣିଙ୍କ ମୃତଦେହ

ସମ୍ବଲପୁରରେ ତାଙ୍କ ପରିବାର ଲୋକେ ରହୁଥିବା ବେଳେ ସେ ଲୁକାପାଲିରେ ଭଡ଼ା ଘରେ ରହୁଥିଲେ।

House

House

Advertisment

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଲୁକାପାଲି ସ୍ଥିତ ଏକ ଘରୁ ଜଣେ କନିଷ୍ଠ କିରାଣିଙ୍କ ମୃତଦେହ ମିଳିଛି। ତାଙ୍କ ନାଁ କ୍ଷୀରୋଦ ବଳ। ସେ ନାକଟିଦେଉଳ ତହସିଲ ଅଫିସରେ କାର୍ଯ୍ୟ କରୁଥିଲେ।

Advertisment

କ୍ଷୀରୋଦଙ୍କ ପରିବାର ଲୋକେ ସମ୍ବଲପୁରରେ ରହୁଥିଲେ। ସେ ଲୁକାପାଲିରେ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ମୃତଦେହ ଘର ଭିତରେ ପଡ଼ିଥିଲା। ସେ ଖଟ ଉପରେ ମୁହଁମାଡ଼ି ପଡ଼ିଥିବା ବେଳେ ତାଙ୍କ ଶରୀରର ନିମ୍ନଭାଗ ତଳେ ରହିଥିଲା। ପାଖରେ ଏକ ଷ୍ଟାଣ୍ଡ ଫ୍ୟାନ୍ ଭାଙ୍ଗିରୁଜି ପଡ଼ିଥିଲା।

ସେ ଏମିତି ପଡ଼ିଥିବା ଦେଖି ପାଖ ଘର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ସ୍ଥିତି ଯାଞ୍ଚ କରିଛି। କ୍ଷୀରୋଦଙ୍କ ମୃତ୍ୟୁ କେମିତି ହୋଇଛି, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତାଙ୍କ ମୃତ୍ୟୁର ପ୍ରକୃତ କରାଣ ଜଣାପଡ଼ିବ।

Advertisment

ରିପୋର୍ଟ- ରେଢ଼ାଖୋଲରୁ ରମାକାନ୍ତ ମହାନନ୍ଦ

Deadbody
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe